Friday , December 9 2022
Breaking News
Home / ବିଶେଷ / ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କ ବିୟୋଗରେ ଶୋକ

ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା,୨୯/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଂଚାୟତର ଚରପଡା ଗ୍ରାମର ଆଦର୍ଶ ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କର ୮୨ବର୍ଷ ବୟସରେ ଗତ ସୋମବାର ବିୟୋଗ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଚିକିତ୍ସାଧୀନ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ୩ପୁଅ, ବୋହୁ, ନାତି, ନାତୁଣୀ, ଆତ୍ମୀୟ ସ୍ୱଜନ ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଜ୍ୟେଷ୍ଠପୁତ୍ର ଦର୍ପହରି ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ଖବର ପାଇବା ପରେ ଚରପଡା ଗ୍ରାମରେ ଶିକ୍ଷାବିତ ବ୍ରଜକିଶୋର ପତି, ଡକ୍ଟର ପ୍ରଭାତ ରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ରାଉତ, କାହ୍ନୁଚରଣ ଜେନା, ବୈରାଗି ଚରଣ ପଣ୍ଡା ପ୍ରମୁଖ ପହଂଚି ତାଙ୍କ ପରିବାର ସ୍ୱଜନଙ୍କୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ମୃତୁ୍ୟରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସଂସଦ ଆବାହକ ମୂରଲୀଧର ବିଶ୍ୱାଳ, ସଦସ୍ୟ ଡଃ. ନୃସିଂହ ଚରଣ ବେହେରା, କେଶବ ଚନ୍ଦ୍ର ବିଶ୍ୱାଳ, ଶିକ୍ଷକନେତା ପ୍ରଣବ କୁମାର ଜେନା, ସମାଜସେବୀ ଇଂ ମୂରଲୀଧର ସେଠୀ, କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମ ସମ୍ପାଦକ ଇଂ ସୌମ୍ୟରଞ୍ଜନ ବିଶ୍ୱାଳ, ସଭାପତି ଆଡଭୋକେଟ ପ୍ରତାପ ମହାପାତ୍ର, ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସଭାପତି ଡଃ. ଶ୍ରୀବତ୍ସଲାଂଛନ ଜେନାଙ୍କ ସମେତ ସଂସଦର ବହୁ ସଦସ୍ୟ, ନିକିରାଇ ଓ ଇନ୍ଦୁପୁର ପାୟତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ରାଉତ ଦୀର୍ଘ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ କେନ୍ଦ୍ରାପଡା ବ୍ଲକର କଂସାର -ସାହାସପୁର ସ୍କୁଲ ଓ ଚରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରୂପେ ପରିଚିତ ଥିଲେ ।

Leave a Reply

Your email address will not be published.