Thursday , December 1 2022
Breaking News
Home / ବିଶେଷ / ନବରାତ୍ର ଚତୁର୍ଥ ଦିବସରେ ମା ଉଗ୍ରତାରା ଓ ମା ବନଦୁର୍ଗାଙ୍କ କୁଷ୍ମାଣ୍ଡ ବେଶ

ନବରାତ୍ର ଚତୁର୍ଥ ଦିବସରେ ମା ଉଗ୍ରତାରା ଓ ମା ବନଦୁର୍ଗାଙ୍କ କୁଷ୍ମାଣ୍ଡ ବେଶ

ଟାଙ୍ଗି (ଖୋର୍ଦ୍ଧା) ୨୯/୦୯/୨୦୨୨ ଓଡିଶା ସମାଚାର /ଦୀପକ ପ୍ରଧାନ) : ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ତ୍ରୟୋଦଶ ଦିବସ ଓ ନବରାତ୍ରର ଚତୁର୍ଥ ଦିବସରେ ଆଜି ମା ଉଗ୍ରତାରା ଓ ମା ବନଦୁର୍ଗା କୁଷ୍ମାଣ୍ଡ ବେଶରେ ଦର୍ଶନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ମୂଳିଝରଗଡ ସ୍ଥିତ ମା ଉଗ୍ରତାରା ଓ ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଛି। ସକାଳୁ ମା’ ମାନଙ୍କ ମଙ୍ଗଳ ଆଳତି,କଳଶ ପୂଜା,  ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ ହୋଇଥିବା ଓ ସନ୍ଧ୍ୟାରେ ବାଳଭୋଗ, ଆଳତି ପୁଷ୍ପାଞ୍ଜଳି,  ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ ବୋଲି ମୁଖ୍ଯ ପୂଜକଗଣ ସୂଚନା ଦେଇଛନ୍ତି।

Leave a Reply

Your email address will not be published.