Friday , December 9 2022
Breaking News
Home / ବିଶେଷ / ଦାବି ପୂରଣ ନ ହେଲେ ଅକ୍ଟୋବର ମାସରେ ରାଜ୍ୟପାଳଙ୍କୁ ଭେଟିବ ଅଲ ଓଡିଶା ଇପିଏଫ ପେନସନ ସଂଘ

ଦାବି ପୂରଣ ନ ହେଲେ ଅକ୍ଟୋବର ମାସରେ ରାଜ୍ୟପାଳଙ୍କୁ ଭେଟିବ ଅଲ ଓଡିଶା ଇପିଏଫ ପେନସନ ସଂଘ

କଟକ, ୨୯/୦୯/୨୦୨୨ (ଓଡ଼ିଶା ସମାଚାର) – କେନ୍ଦ୍ର ସରକାର ଓ ଇପିଏଫଓ କର୍ତ୍ତୃପକ୍ଷ ବିଭିନ୍ନ ଆର୍ଥିକ ଆଳ ଦେଖାଇ ଆମ ରାଜ୍ୟର ଦୁଇଲକ୍ଷରୁ ଉର୍ଦ୍ଧ ପେନସନଭୋଗୀ ଅର୍ଦ୍ଧସରକାରୀ ବେସରକାରୀ ଶ୍ରମିକ କର୍ମଚାରୀ, ମାନଙ୍କୁ ସର୍ବନିମ୍ନ ପେନସନ ୯୦୦୦ଟଙ୍କା,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନରେ ଅହେତୁକ ବିଳମ୍ବ କରିବା ବିରୁଦ୍ଧରେ ଆଜି କେନ୍ଦ୍ରାଚଂଳ ରାଜସ୍ବଆୟୁକ୍ତଙ୍କ ଜରିଆରେପ୍ରଧାନମନ୍ତ୍ରୀ କଂ ଉଦ୍ଦଶ୍ୟରେ ଅଲ ଓଡିଶା ଇପିଏଫ ପେନସନ ସଙ୍ଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ କଟକ, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରଖ, ଯାଜପୁର ,ଜଗତସିଂହପୁର, ଖୋର୍ଦ୍ଧା,ପୁରୀ ଓ କେନ୍ଦୁଝର ଜିଲ୍ଲା ମାନଙ୍କରୁ ଶତାଧିକ ସ୍ବଳ୍ପ ପେନସନଭୋଗୀ ବରିଷ୍ଠ ନାଗରୀକ ଗଣ ଗଣେଶଘାଟ ସାଇ ମନ୍ଦିର ନିକଟରୁ ଏକ ପଟୁଆର ରେ ଯାଇ ଆର ଡି ସିଙ୍କ ଫାଟକ ସମ୍ମୁଖରେ ସଭା କରିଥିଲେ। ସଂଗଠନର ସଭାପତି ବିଜୟ ଜେନା ସଭାପତିତ୍ବ କରିଥିଲେ। ଏଥିରେ ରାଜ୍ୟ ସଂପାଦକ ଭାଗ୍ୟଧର ବ୍ରହ୍ମା ଯୋଗଦେଇ କେନ୍ଦ୍ର ସରକାର ଓ ଇପିଏଫଓ ଚକ୍ରାନ୍ତକରି ସର୍ବନିମ୍ନ ମାସିକ ପେନସନ ୯୦୦୦ ଟଙ୍କା ସହିତ ମହଙ୍ଗା ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବ ପାଇଁ କ୍ଷୋଭ ପ୍ରକାଶ କରିଥିଲେ। ଦାବି ପୂରଣ ନ ହେଲେ ଆସନ୍ତା ଅକ୍ଟୋବର ମାସରେ ରାଜ୍ୟପାଳଙ୍କୁ ଭେଟି ଦାବିଜଣାଇବବୋଲି କହିଥିଲେ। ଖୋସିଆରି କମିଶନ, ଶ୍ରମବିଭାଗର ଷ୍ଟାଣ୍ଡିଂ କମିଟି ଓ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟୀ ନିଷ୍ପତ୍ତିକୁ ଅଣଦେଖାକରି ପେନସନ ପ୍ରଦାନ କ୍ଷେତ୍ରରେ ଟାଳଟୁଳନୀତି ଧରୁଥିବାରୁ ଏହା ସମ୍ପୂର୍ଣଅଗଣତାନ୍ତ୍ରୀକ ଓ ଅସାମ୍ବିଧାନୀକ ବୋଲି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଏକ ୧୫ ଜଣିଆ ସଂଘର ପ୍ରତିନିଧିଦଳ ଆରଡିସିଙ୍କ ସହିତ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି କାର୍ୟ୍ୟକ୍ରମରେ କଟକ ଜିଲ୍ଲାସଭାପତି ରାଜକିଶୋର ସ୍ବାଇଁ,ସଂପାଦକ ବିନୋଦ ବେହେରା,ଉପେଦଷ୍ଟା ପ୍ରଦୀପ ସହୁ, କୃଷ୍ନଚନ୍ଦ୍ର ମହାନ୍ତି ଜଗତସିଂହପୁର, ଗୌରାଙ୍ଗ ପାଣିଗ୍ରାହୀ, ମାୟାଧର ନାୟକ-ବାଲେଶ୍ବର,କୃଷ୍ନଚନ୍ଦ୍ର ସୁବୁଦ୍ଧୀ-ପୁରୀ,ଉର୍ବଶୀ ମିଶ୍ର-କେନ୍ଦୁଝର,ଖୋର୍ଦ୍ଧାରୁ ଅର୍ପଣା ନାୟକ,ପ୍ରଫୁଲ୍ଲ କୁମାର ଦାସ, ମାୟାଧର ମଲ୍ଲିକ,ସରୋଜକାନ୍ତ ମଲ୍ଲିକ,ସଚ୍ଚିଦାନନ୍ଦ ସାମନ୍ତରାୟ, ଲକ୍ଷ୍ମଣ ନନ୍ଦ,ପୁର୍ଣାନନ୍ଦ ଦାସ, ଚିନ୍ତାମଣୀ ସ୍ବାଇଁ ନେତୃତ୍ବ ନେଇଥିବାବେଳେ ପରିଚାଳନା କରିଥିଲେ ଗୋବିନ୍ଦ ଚନ୍ଦ୍ର ନାୟକ,ଦେବେନ୍ଦ୍ର କୁମାର ସାହୁ,ଶତୃଘ୍ନ ପ୍ରଧାନ,ରଂଜନ କୁମାର ଦାସ, ଇଂ ବିଜୟ ନାୟକ, ଅଲେଖ ଚନ୍ଦ୍ର ରାଉତ ଓ ବନମାଳୀ ବେହେରା ପ୍ରମୁଖ।

Leave a Reply

Your email address will not be published.