Friday , December 9 2022
Breaking News
Home / ଶିକ୍ଷା / ଡିଇଓ ଓ ଡିପିସିଙ୍କ ଦୁଇ ଦିନିଆ ସମ୍ମିଳନୀ ଉଦଘାଟିତ

ଡିଇଓ ଓ ଡିପିସିଙ୍କ ଦୁଇ ଦିନିଆ ସମ୍ମିଳନୀ ଉଦଘାଟିତ

ଅତ୍ୟାଧୁନିକ ଭିତ୍ତିଭୂମିର ସୁପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୯/୦୯/୨୦୨୨ (ଓଡ଼ିଶା ସମାଚାର)- ସ୍କୁଲ ରୂପାନ୍ତରଣ ପରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରଥମେ ରୂପାନ୍ତରିତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ  ଡିଜିଟାଲ୍ ପ୍ରଶିକ୍ଷଣ, ପରେ ଏଡିଇଓ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମ୍ମିଳନୀ ଓ ଏବେ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପରେ ଏବେ ଅଧିକାରୀମାନଙ୍କୁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥା ଓ ଅତ୍ୟାଧୁନିକ ଭିତ୍ତିଭୂମି ସମ୍ପର୍କରେ ଅବଗତ କରାଯାଉଛି। ଅତ୍ୟାଧୁନିକ ଭିତ୍ତିଭୂମିର ସୁପରିଚାଳନାକୁ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

ବୁଧବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ୱରସ୍ଥିତ ଓସେପାର ସମ୍ମିଳନୀ କକ୍ଷରେ ଡିଇଓ ଏବଂ ଡିପିସିମାନଙ୍କର ଦୁଇଦିନିଆ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା କ୍ଷେତ୍ର ଅଧିକାରୀମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନେ ନିଷ୍ଠାର ସହିତ ବିଦ୍ୟାଳୟ ପରିଦର୍ଶନ ଓ ତଦାରଖ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଡିପିସିମାନଙ୍କର ମାନସିକ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ‘ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ’(ଏଲଆରପି)କୁ ସଫଳ ରୂପେ ବିଦ୍ୟାଳୟରେ ପରିଚାଳନା ପାଇଁ ଡିଇଓ, ଡିପିସି ଓ ବିଇଓ ତଥା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହାଇସ୍କୁଲମାନଙ୍କରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଶ୍ୱଥୀ ଏସ୍ ଶିକ୍ଷାର ମାନ ବୃଦ୍ଧି ପାଇଁ ଡିଇଓ ତଥା ଡିପିସିମାନଙ୍କୁ  ଜିଲ୍ଲାସ୍ତରରେ ଥିବା ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ ଏବଂ ଇଣ୍ଟରନେଟ୍ , ଇ-ଲାଇବ୍ରେରୀ, ବିଜ୍ଞାନାଗାର ଇତ୍ୟାଦିର ଉପଲବ୍ଧତା ଓ ସୁବ୍ୟବହାର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଓସେପା ନିର୍ଦ୍ଦେଶକ ଅନୁପମ ସାହା ସ୍ୱାଗତ ଭାଷଣ ଦେଇଥିବାବେଳେ ଏହି ଅବସରରେ ବିଦ୍ୟାଳୟ ରୂପାନ୍ତରଣ

Leave a Reply

Your email address will not be published.