Friday , December 9 2022
Breaking News
Home / ରାଜନୀତି / ଜନଶନ ବର୍ଦ୍ଧନ ଦ୍ୱିତୀୟ ଥର ପାଇଁ  ଭୁବନ ବ୍ଲକ ଯୁବ ବିଜେଡି ସଭାପତି ମନୋନୀତ

ଜନଶନ ବର୍ଦ୍ଧନ ଦ୍ୱିତୀୟ ଥର ପାଇଁ  ଭୁବନ ବ୍ଲକ ଯୁବ ବିଜେଡି ସଭାପତି ମନୋନୀତ

ଭୁବନ ୨୯/୦୯/୨୦୨୨(ଓଡ଼ିଶା ସମାଚାର)- ନିଷ୍ଠା ଆନୁଗତ୍ୟ ସାଙ୍ଗକୁ ଯୋଗ୍ୟତା ,ଦକ୍ଷତା ଓ ଅଭିଜ୍ଞତା ଯୋଗୁ ଜନଶନ ବର୍ଦ୍ଧନ ଙ୍କୁ ଦ୍ୱିତୀୟ ବାର ଭୁବନ ବ୍ଲକ ଯୁବ ବିଜେଡି ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଜନଶନ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସାରା ବ୍ଲକରେ ଯୁବଗୋଷ୍ଠୀଙ୍କୁ ଅଧିକ ସକ୍ରିୟ କରାଇଛନ୍ତି । ଜନଶନ ସର୍ବଦା ନିଜର ପିତା ( ମଣି ଭାଇ ଭାବେ ସୁପରିଚିତ)  ଜନପ୍ରିୟ ସରପଂଚ ସ୍ୱର୍ଗତ ଜଗତ ମୋହନ ବର୍ଦ୍ଧନ ଙ୍କ ନୀତି , ଆଦର୍ଶ ଓ ପଦାଙ୍କ ଅନୁସରଣ କରି ଆଗେଇ ଚାଲିଛନ୍ତି । ଜନସେବା ସାଙ୍ଗକୁ ଜନସଂପର୍କ  ଏବଂ ଭୁବନ ବ୍ଲକରେ ଯୁବ ବିଜେଡି କୁ ଶକ୍ତିଶାଳୀ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିବା ସହ  ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ସାଂସଦ ମହେଶ ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.