Friday , December 9 2022
Breaking News
Home / କୃଷି / ଘରେ ପହଞ୍ଚିବ ପୋଷଣ

ଘରେ ପହଞ୍ଚିବ ପୋଷଣ

ଯୋଗାଇ ଦିଆଯିବ ୧୩.୫ ଲକ୍ଷ ମିନିକିଟ୍

ଭୁବନେଶ୍ୱର,୨୯/୦୯/୨୦୨୨ (ଓଡ଼ିଶା ସମାଚାର)- ଶିଶୁ ଓ ମାତୃ କୁପୋଷଣ ଦୂର କରିବାରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ତେବେ କୋଭିଡ୍ ଯୋଗୁଁ କୁପୋଷଣ ସମସ୍ୟା ପୁଣି ଥରେ ମୁଣ୍ଡ ଟେକିଛି। ଲକ୍ଷାଧିକ ଶିଶୁଙ୍କ ଠାରେ କୁପୋଷଣ ଲକ୍ଷଣ ପ୍ରକାଶ ପାଇଛି। ଏପରିସ୍ଥଳେ ଲୋକଙ୍କ ଦୁଆରେ ପୋଷକତତ୍ୱ ପହଞ୍ଚାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏହି କାର୍ଯ୍ୟକ୍ରମର ନାମ ରହିଛି ‘ଦୁଆରେ ପୋଷଣ’ ଅବା ‘ନ୍ୟୁ୍ୟୁଟ୍ରିସନ୍ ଆଟ୍ ଡୋର୍ ସ୍ଟେପ୍ ’। ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ମହତ୍ୱାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହେବ। କୁପୋଷଣ ହାର ଅଧିକ ଥିବା ଜିଲ୍ଲାମାନଙ୍କରେ ପ୍ରତ୍ୟେକ ଘରେ ପୋଷଣ ବଗିଚା ସୃଷ୍ଟି କରାଯିବା ସହିତ କୁକୁଡ଼ା ପାଳନ ପାଇଁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟ ରହିଛି। ଏଥିପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨-୨୩ ରବି ଋତୁରେ ବିଭିନ୍ନ ପ୍ରକାର ପୋଷକ ପରିବା ମଞ୍ଜି ଥିବା ମିନିକିଟ୍ ଲୋକଙ୍କୁ ବଣ୍ଟନ କରାଯିବ। ଏଥିସହ ବିଭିନ୍ନ ପ୍ରକାର ଫଳ ଚାରା ମଧ୍ୟ ବଣ୍ଟନ କରାଯିବ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସାମଗ୍ରୀ କିଣା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩,୪୮,୭୦୭ ମିନିକିଟ୍ ବଣ୍ଟନ ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି। ହସ୍ତ ଗତ ସୂଚନା ଅନୁସାରେ ମିନିକିଟ୍ ବ୍ଲକ ସ୍ତରରେ ପହଞ୍ଚିବ। ଏହା ପରେ ଘରକୁ ଘର ବୁଲି ବଣ୍ଟନ କରାଯିବ। ନଭେମ୍ବର ଶେଷ ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ତେବେ ଏହି ମଞ୍ଜି ଓ ଚାରା ବଣ୍ଟନ ପୂର୍ବରୁ ତାହାର ଗୁଣବତ୍ତା ସୁନିଶ୍ଚିତ କରାଯିବ। ମଞ୍ଜିର ଶୁଦ୍ଧତ୍ତା ଅତି କମରେ ୯୫ରୁ ୯୮% ମଧ୍ୟରେ ରିହବ। ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ମହତ୍ୱାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହେବ। କୁପୋଷଣ ହାର ଅଧିକ ଥିବା ଜିଲ୍ଲାମାନଙ୍କରେ ପ୍ରତ୍ୟେକ ଘରେ ପୋଷଣ ବଗିଚା ସୃଷ୍ଟି କରାଯିବା ସହିତ କୁକୁଡ଼ା ପାଳନ ପାଇଁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟ ରହିଛି।

Leave a Reply

Your email address will not be published.