Sunday , May 28 2023
Breaking News
Home / ବିଶେଷ / କୁକୁଡା ମରା ଅଣ୍ଡା ଖିଆ ନାଗ ସାପ ଉଦ୍ଧାର

କୁକୁଡା ମରା ଅଣ୍ଡା ଖିଆ ନାଗ ସାପ ଉଦ୍ଧାର

ଟାଙ୍ଗି, ୨୯/୦୯/୨୦୨୨ (ଓଡିଶା ସମାଚାର /ଦୀପକ ପ୍ରଧାନ) : କୁକୁଡା ରହୁଥିବା ଘରେ ଏକ ନାଗ ସାପ ପଶି ଦୁଇଟି କୁକୁଡ଼ା କୁ ମାରି ଦୁଇଟି ଅଣ୍ଡା ଗିଳିଥିବା ନାଗ ସାପ ଉଦ୍ଧାର।ସୂଚନାରୁ ଜଣାପଡିଛି ଜଂକିଆ ଥାନା ଅନ୍ତର୍ଗତ ରତାମାଟି ଗ୍ରାମର କାମଦେବ ପ୍ରଧାନ କୁକୁଡ଼ା ପାଳିଥିଲେ।କୁକୁଡା ରହୁଥିବା ଘରେ ଗୋଟିଏ ନାଗ ସାପ ପଶି ଦୁଇଟି କୁକୁଡାକୁ କାମୁଡିବାରେ ଦୁଇଟି କୁକୁଡ଼ା ର ମୃତ୍ୟୁ ଘଟିଛି।କୁକୁଡ଼ା ଘରେ ଥିବା ଦୁଇଟି କୁକୁଡ଼ା ଅଣ୍ଡା କୁ ଗିଳିଥିବା ନାଗ ସାପ ଯାଇ ନପାରି କୁକୁଡ଼ା ଘରେ ନିସ୍ତେଜ ହୋଇ ରହିଥିଲା।ସାପ କୁକୁଡ଼ା ଘରେ ଥିବା ଜଣାପଡିବା ପରେ ସ୍ନେକ ହେଲଫ୍ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଧରିବା ପରେ ସାପ ଗିଳିଥିବା ଅଣ୍ଡା ଦୁଇଟି ଗାଳିଥିଲା।ସାପଟିକୁ ଧରି ସ୍ନେକ ହେଲଫ ଲାଇନ ସଦସ୍ୟ ବଘେଇପୁଟ ଜଂଗଲରେ ଛାଡିଥିବା ଜଣାପଡିଛି।

Leave a Reply

Your email address will not be published.