Friday , December 9 2022
Breaking News
Home / ତାଜା ଖବର / ଓଡ଼ିଶା ରୁରାଲ ହାଇସିଂ ଡ଼େଭଲପମେଂଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ୪ଜଣଙ୍କୁ ଜେଲ ଦଣ୍ଡାଦେଶ

ଓଡ଼ିଶା ରୁରାଲ ହାଇସିଂ ଡ଼େଭଲପମେଂଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ୪ଜଣଙ୍କୁ ଜେଲ ଦଣ୍ଡାଦେଶ

କଟକ, ୨୯/୦୯/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ରୁରାଲ ହାଇସିଂ ଡ଼େଭଲପମେଂଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ ଆଜି ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । କଟକ ସଦର ବିଧାୟକ(କଂଗ୍ରେସ) ତଥା ମେଟ୍ରୋ ବିଲ୍ଡର୍ସ ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ମୋକିମ୍ମଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ କୋର୍ଟ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଓଡ଼ିଶା ରୁରାଲ ହାଇସିଂ ଡ଼େଭଲପମେଂଟ କର୍ପୋରେସନ୍ ର ତତକାଳୀନ ପରିଚାଳନା ନିର୍ଦ୍ଧେଶକ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡ ମିଳିଥିବା ବେଳେ ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ ଓଡ଼ିଶା ରୁରାଲ ହାଇସିଂ ଡ଼େଭଲପମେଂଟ କର୍ପୋରେସନ୍ ର କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ବିନୋଦ କୁମାର ଓ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଛି ।

Leave a Reply

Your email address will not be published.