Thursday , June 8 2023
Breaking News
Home / ବିଶେଷ / ଅସୁରଖୋଳାରେ ବର୍ଯ୍ୟବସ୍ତୁ ନପକାଇବାକୁ ନିବେଦନ 

ଅସୁରଖୋଳାରେ ବର୍ଯ୍ୟବସ୍ତୁ ନପକାଇବାକୁ ନିବେଦନ 

 ଗରଦପୁର, ୨୯/୦୯/୨୦୨୨(ଓଡ଼ିଶା ସମାଚାର)- କଟକ ସଦର ନିର୍ବାଚନ ମଣ୍ଡଳୀରୁ ବାହାରି ପାଟକୁରା ନିର୍ବାଚନ ମଣ୍ଡଳୀ ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ମଧ୍ୟଦେଇ ଦୀର୍ଘ ୬୫ କିମି ବ୍ୟାପି ଅଂଚଳରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥିବା ପୂର୍ବେ ଏହାର ଜଳ ଗାଧୁଆ ଠାରୁ ଆରମ୍ଭ କରି ରେଷେଇ ଓ ଚାଷ କାର୍ଯ୍ୟରେ ଲାଗୁଥିଲା । ଏହି ଅସୁରଖୋଳା ଯୋର ଏବେ ଦଳପୂର୍ଣ୍ଣ ହୋଇଯାଇଛି । ଏହାର ଜଳ ବିଷାକ୍ତ ହୋଇ ଯାଇଛି । ଏହାର  ଦଳ ଓ ପଙ୍କ କଢ଼ାଯାଇ ଏହାର ପୁନର୍ବିନ୍ୟାସ ପାଇଁ ଅସୁରଖୋଳା ଉନ୍ନୟନ ପରିଷଦ ଏକ ବର୍ଷ ହେଲା ଉଦ୍ୟମ ଚଳାଇଛି । ଏବେ ଆଉ ଏକ ସମସ୍ୟା ଦେଖା ଦେଇଛି । ପଡ଼ୋସୀ କଟକ ଜିଲା ର ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ  ବିଲହାଟ ଠାରେ ଥିବା କିଛି ହେଟେଲ, ଜଳଖିଆ ଦେକାନୀ, ଫାଷ୍ଟ ଫୁଡ଼ ଦୋକାନୀ, ଅଣ୍ଡା ବ୍ୟବସାୟୀ ଆଦି ଅନେକ ବ୍ୟବସାୟୀ ବିଳମ୍ବିତ ରାତିରେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନର କୁଢ଼ କୁଢ଼ ବର୍ଯ୍ୟବସ୍ତୁ ଆଣି ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମ ନିକଟ ଶଙ୍ଖୁଆମୁହଁ ପୋଲ ନିକଟରେ ଅସୁରଖୋଳା ଯୋର ପାଣି ରେ ପକାଇ ଦେଉଛନ୍ତି । ଯାହା ଫଳରେ ଏହି କୁଢ଼ କୁଢ଼ ବର୍ଯ୍ୟବସ୍ତୁ ସେଠାରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିବା ସହିତ ଅସୁରଖୋଳା ଜଳକୁ ଅଧିକ ପ୍ରଦୁଷିତ କରୁଛି । ଏହା ଜଣାପଡ଼ିବା ପରେ ଆଳିଜଙ୍ଗା ଗ୍ରାମବାସୀ ଙ୍କ ସମେତ ଆଖ ପାଖ ଗ୍ରାମର ଜନସାଧାରଣ ଓ ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ ଗଣମାଧ୍ୟମ ଜରିଆରେ ଆଳିଜଙ୍ଗା ଗ୍ରାମର ସରୋଜ କୁମାର ବେଉରା, ଗୌରାଙ୍ଗ ଜେନା, ରମେଶ ବେଉରା, କାର୍ତିକ ବେଉରା,ସୁରେନ୍ଦ୍ର ଜେନା, ବ୍ରହ୍ମାନନ୍ଦ ଜେନା,ଅଂଚଳର ବରିଷ୍ଠ ସାମ୍ବାଦିକ ଦୀପ୍ତି ରଂଜନ କାନୁନଗୋ ,ଡ଼ଃ ଅମରେନ୍ଦ୍ରନାଥ ମହାନ୍ତି, ଡ଼ଃ ଅବ୍ଦୁଲ ହଲିମ ଖାଁ, ଆଡ଼ଭୋକେଟ ହୃଦୟନିଧି ମହାନ୍ତି, କୈଳାଶ ଚନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀକାନ୍ତ ଦାଶ ପ୍ରମୁଖ ନିବେଦନ କରିଛନ୍ତି । ଏହାପରେ ଯଦି କୌଣସି ବ୍ୟବସାୟୀ ପୁଣି ବର୍ଯ୍ୟବସ୍ତୁ ଆଣି ଅସୁରଖୋଳା ଯୋରରେ ପକାଉଖିବା ଜଣାପଡ଼େ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.