Saturday , December 3 2022
Breaking News
Home / ବିଶେଷ / ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା ହାଇକୋର୍ଟରେ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା ହାଇକୋର୍ଟରେ

କଟକ, ୨୮/୦୯/୨୦୨୨ (ଓଡ଼ିଶା ସମାଚାର)-  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା ନେଇ ବୁଧବାର ହାଇକୋର୍ଟରେ ଶୁଣାଣି ହୋଇଛି। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନଥିବା କାରଣରୁ ଏଚ୍‌ଏସ୍‌ଆରପିରେ ବୁକ୍ କରିବା ସମ୍ଭବ ମଧ୍ୟ ହେଉନାହିଁ। ତେବେ ଏଥିପାଇଁ କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ଏହି ମାମଲା ନେଇ ସେପ୍ଟେମ୍ବର ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।ସୂଚନାଯୋଗ୍ୟ, ପରିବହନ ବିଭାଗ ଅକ୍ଟୋବର ୧ ତାରିଖରୁ ହାଇ ସିକୁରିଟ ନମ୍ବର ପ୍ଲେଟ ଚେକିଂ କଡାକଡି କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published.