Saturday , December 3 2022
Breaking News
Home / ବିଶେଷ / ମହିଳାଙ୍କ ଆତ୍ମହତ୍ୟା

ମହିଳାଙ୍କ ଆତ୍ମହତ୍ୟା

କଟକ ୨୮/୦୯/୨୦୨୨ (ଓଡ଼ିଶା ସମାଚାର)- କଟକ ଶଙ୍କରପୁର ଦାସସାହି ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତ ମହିଳାଜଣଙ୍କ ଶୁଭଲକ୍ଷ୍ମୀ ଦାଶ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ଭାବେ ଜଣାପଡ଼ିଛି । ସୂଚନା ଅନୁଯାୟୀ ଶୁଭଲକ୍ଷ୍ମୀ ଆଜି ଦିନ ୧୧ଟା ସମୟରେ ନିଜ ଭଡ଼ାଘରେ କେହି ନଥିବାବେଳେ ଫଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ସୂର୍ୟ୍ୟକାନ୍ତ ଦଳେଇଙ୍କୁ ଅଟକ ରଖି ଅଧିକ ପଚାରାଉଚରା କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.