୫ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅଂଶଗ୍ରହଣ
କଟକ ସଦର ୨୮/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନାରୀମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ ପାଇଁ ଓଡ଼ିଶା ସମଵାୟ ୟୁନିୟନ ଭୁବନେଶ୍ୱର ଆନୁକୁଲ୍ୟରେ ଆଜି (ବୁଧବାର) କନ୍ଦରପୁର କୃଷକ ସେଵା ସମଵାୟ ସମିତି ସଭା ଗୃହରେ ଏକ ପୋଷଣୀୟ ବିକାଶ ଓ ନାରୀ ସଶକ୍ତିକରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଯୋଜିକା ତଥା ସହକାରୀ ପ୍ରସାର ଅଧିକାରିଣୀ ରୀତା ମହାପାତ୍ର, ସହକାରୀ ନିବନ୍ଧକ ସମଵାୟ ସମିତି ସମୁହ କଟକ ଅନିମା ବେହେରା, ୟୁନିୟନର ସହକାରୀ ଶିକ୍ଷା ଅଧିକାରୀ ବିପିନ ଚନ୍ଦ୍ର ଦାସ,ଶାଖା ପରିଚାଳକ ସଦର ଶାଖା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶକୁନ୍ତଳା ମହାନ୍ତି ପ୍ରମୁଖ ଯୋଗ ଦେଇ ଋଣର ସୁବିନିଯୋଗ କରି ସ୍ବାବଲମ୍ବୀ ହେଵାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ତାଲିମ ପ୍ରଦାନ କରିଥିଲେ। ଶେଷରେ କନ୍ଦରପୁର ସମିତି ସଂପାଦକ ଧିରେନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।