Wednesday , May 31 2023
Breaking News
Home / ବିଶେଷ / ଡୁଡ୍ନୁ ଫାଉଣ୍ଡେସନ ପକ୍ଷରୁ ମହିଳା ଥାନା ଘେରାଉ

ଡୁଡ୍ନୁ ଫାଉଣ୍ଡେସନ ପକ୍ଷରୁ ମହିଳା ଥାନା ଘେରାଉ

ଶଙ୍କରକୁ ଗିରଫ ଦାବି ଜୋର ଧରିଲା
ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- ବାଲେଶ୍ୱର ଅଂଚଳର ଉମାକାନ୍ତ ପାଣିଗ୍ରାହୀ ଓରଫ ଶଙ୍କର ଓମ୍ ଶରଣମ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଓଡ଼ିଶାର ସମ୍ମାନନୀୟା ନାରୀ ଜାତିକୁ ଅସମ୍ମାନିତ କରି ଆସୁଛନ୍ତି । ଏହା ନାରୀ ସମ୍ମାନ କ୍ଷୁର୍ଣ୍ଣ କରିବା ପାଇଁ ତାଙ୍କର ଏକ ବିଧିବଦ୍ଧ ଯୋଜନା । ଶଙ୍କର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ମା’, ଭଉଣୀ, ମାଉସୀ, ଝିଅ ଓ ବୋହୁମାନଙ୍କୁ ଶାଳୀ ବୋଲି ସମ୍ବୋଧନ କରି ସେମାନଙ୍କ ମାତୃ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା ସହ ସେମାନଙ୍କ ଚରିତ୍ରର ଅପୂରଣୀୟ କ୍ଷତି କରିଛନ୍ତି । ସମଗ୍ର ଓଡ଼ିଶାର ନାରୀ ଜାତିକୁ ଅସମ୍ମାନିତ କରିବା ପ୍ରତିବାଦରେ ବୁଧବାର ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡ୍ନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମହିଳା ଥାନା ଘେରାଉ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନଙ୍କ ନେତୃତ୍ୱରେ ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇ ଶଙ୍କରକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିବା ସହ ଶଙ୍କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ପ୍ରସାରିତ ହୋଇଥିବା ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ଅସିଦ୍ଧ ଘୋଷଣା, ଏହି ସଙ୍ଗୀତକୁ ପ୍ରସାର ପ୍ରଚାର ନ କରିବା ପାଇଁ ନିଷଧାଜ୍ଞ ଜାରି କରିବାକୁ ଦାବି କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା ଡ. ହରିଚନ୍ଦନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହିଳା ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷିନୀ ବେହରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମାଜସେବୀ ମହାସଂଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା, ଟ୍ରଷ୍ଟର ନିର୍ଦ୍ଧେଶକ ସଞ୍ଜୀବ କୁମାର ହରିଚନ୍ଦନ ଓ ଅନ୍ୟାନ୍ୟ ଅତିଥି ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.