Thursday , June 8 2023
Breaking News
Home / ବିଶେଷ / ଜଗତପୁର ରେ ବଣୁଆ ହାତୀ ଆକ୍ରମଣ ରେ ଦୁଇ ମୃତ, ଜଣେ ଗୁରୁତର ଆହତ

ଜଗତପୁର ରେ ବଣୁଆ ହାତୀ ଆକ୍ରମଣ ରେ ଦୁଇ ମୃତ, ଜଣେ ଗୁରୁତର ଆହତ

ସାଲେପୁର /ଜଗତପୁର, ୨୮/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ବଣୁଆ  ହାତୀ ଆତଙ୍କ ସୃଷ୍ଟି କରିଛି । ଗତକାଲି ରାତି ୪ଟା ରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ଏକ ବଣୁଆ ହାତୀ ଆତଙ୍କରାଜ  ରଚାଇଛି । ଏହି ହାତୀ ଆଠଗଡ ଅଞ୍ଚଳ ରୁ  ଆସିଛି  । ଶତାଧିକ ବନ କର୍ମଚାରୀ  ହାତୀ ଘଉଡ଼ାଇ ବା କାର୍ୟ୍ୟ ରେ ଲାଗିଛନ୍ତି। ସୂଚନା ମୁତାବକ କାଲି ରାତିରେ ହାତୀ ଘଟାଇଥିବା ତାଣ୍ଡବରେ ଜଣେପୁରୁଷ ଓ ଜଣେ  ମହିଳା ଙ୍କର ମୃତ୍ୟୁ ହୋଇଛି । ଅନ୍ୟ  ଜଣେ ଗୁରୁତର ଆହତ ହୋଇପଡିଛନ୍ତି ।ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲ ରେ  ଭର୍ତି କରାଯାଇଛି ।ବନବିଭାଗ କର୍ମଚାରୀମାନେ   ଗ୍ରାମବାସୀ ମାନଙ୍କ ସାହାଯ୍ୟରେ ହାତୀଟିକୁ  ଘଉଡାଇବାକୁ ଉଦ୍ୟମ  ଚଳାଇଛନ୍ତି ।ସୂଚନା ମୁତାବକ ଗୋଟିଏ ହାତୀ ମରି ଜୋବ୍ରା ଆନିକଟ ରେ ଲାଗିଛି ।ହାତୀ ଆସିବା ଖବର ଆଖ ପାଖ ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିନେଇ ପ୍ରବଳ ଜନଗହଳି ସୃଷ୍ଟି ହୋଇଛି  ।

Leave a Reply

Your email address will not be published.