କଟକ ସଦର ୨୮/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗତିରାଉତପାଟଣା ସମିତି ସଭ୍ୟା ଆସନ ପାଇଁ ଯଥାଶୀଘ୍ର ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ଉଦେଶ୍ୟରେ ଏକ ଦାବିପତ୍ର କଟକ ସଦର ଵିଡିଓ ରାଜୀଵ ଲୋଚନ ପରିଡ଼ାଙ୍କ ଜରିଆରେ ବୁଧବାର ଦିନ ‘ କଟକ ସଦର ବିଚାର ମଞ୍ଚ’ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ପ୍ରଦାନ କରିଥିବା ଜଣାପଡିଛି। ପ୍ରକାଶ ଯେ ଗତିରାଉତପାଟଣା ପଞ୍ଚାୟତର ଅପ୍ରତିଦ୍ଵନ୍ଦୀ ସମିତି ସଭ୍ୟା ତଥା ସଦର ପଞ୍ଚାୟତ ସମିତିର ସେହି ଅପ୍ରତିଦ୍ଵନ୍ଦୀ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କ ଗତ ଏପ୍ରିଲ ୨୧ ରେ ଅକାଳ ବିୟୋଗ ଘଟିଥିଲା। ସେହି ଦିନ ଠାରୁ ଏହି ଦୁଇଟି ଆସନ ଖାଲି ପଡିଥିଲା ବେଳେ ସମିତି ସଭ୍ୟା ପାଇଁ ଆଗ ନିର୍ବାଚନ ନକରାଇ କେବଳ ସମିତି ଅଧ୍ୟକ୍ଷ ନିର୍ବାଚନ କରିବାକୁ ଜୁଲାଇ ୬ ଓ ୨୭ ରେ ହେଵାକୁ ନିର୍ବାଚନ କମିଶନ ଉଦ୍ୟମ କରିଥିଲେ।ହେଲେ ଆଗ ସମିତି ସଭ୍ୟା ଆସନ ପାଇଁ ନିର୍ବାଚନ କରିବାକୁ ଅଡିଵସି ସମିତି ନିର୍ବାଚନରେ ଭାଗ ନନେଵା ଫଳରେ ଦୁଇ ଦୁଇ ଥର ନିର୍ବାଚନ ବାତିଲ ହୋଇଥିଲା।୬ ମାସ ହେଲା ପଦବୀ ଦୁଇଟି ଖାଲି ପଡ଼ିଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏଥିପାଇଁ କଟକ ସଦର ବିଚାର ମଞ୍ଚ ଆଗ ସମିତି ସଭ୍ୟା ଓ ପରେ ସମିତି ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ କରିବାକୁ ଦାବି ଜଣାଇଛି।
Home / ବିଶେଷ / ଗତିରାଉତପାଟଣା ସମିତି ସଭ୍ୟା ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଙ୍କ ନିକଟରେ ଦାବି ଜଣାଇଲା ” କଟକ ସଦର ବିଚାର ମଞ୍ଚ”