Saturday , December 3 2022
Breaking News
Home / ବିଶେଷ / କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷଙ୍କ ମାତୃ ବିୟୋଗ

କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷଙ୍କ ମାତୃ ବିୟୋଗ

କେନ୍ଦ୍ରାପଡା,୨୮/୦୯/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ରଙ୍କ ମାତା ହେମଲତା ମହାପାତ୍ରଙ୍କର ବୁଧବାର ସକଳେ ୮୫ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସେ ଜଣେ ମିଷ୍ଟଭାଷି, ପରୋପକାରୀ ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗ ଖବର ପାଇ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପ୍ରାକ୍ତନ କାଉନସିଲର ହିରଣ୍ୟ ପଣ୍ଡା, ଶିବ ପ୍ରସାଦ ଭଳ, ସରପ ପ୍ରସନ୍ନ କୁମାର ରାଉତ, ଯୁବନେତା ରାଜେଶ ପଣ୍ଡା, ସବିର ଖାନ, ଅବଦୁଲ ସଲିମ ଖାନ, ମୀର ସଫିକ, ସେକ ସହିଦ, ଲୋହିତ ମହାନ୍ତି, ପ୍ରାକ୍ତନ ସରପଂଚ ମହନି ଚରଣ ଆଚାର୍ଯ୍ୟ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଗରାପୁରସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  କାଳି ଛକସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.