Wednesday , May 31 2023
Breaking News
Home / ବିଶେଷ / କବିବର ରାଧାନାଥ ରାୟଙ୍କ ୧୪୭ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

କବିବର ରାଧାନାଥ ରାୟଙ୍କ ୧୪୭ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ୧୭୪ତମ ଜୟନ୍ତୀ ଭୁବନେଶ୍ୱର ପିଏମଜି ଛକ ସ୍ଥିତ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି  । ବକ୍ତାମାନେ ନିଜ ବକ୍ତବ୍ୟରେ କବିବର ରାଧାନାଥଙ୍କ କାବ୍ୟ ସମୂହ ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲା  । ତାଙ୍କ ରଚନାରେ ଓଡ଼ିଶାର ଜନ ଜୀବନର ଚିତ୍ର ନିଖୁଣ ଭାବେ ପ୍ରତିଫଳିତ ହୋଇଛି  । ଓଡ଼ିଆ ଭାଷା ସୁରକ୍ଷାରେ ତାଙ୍କର ଭୂମିକା ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ, ସୀତା ବଲ୍ଲଭ ମହାପାତ୍ର, ପ୍ରବୀର ମହାନ୍ତି, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ତନ୍ମୟ ସାମନ୍ତରାୟ, ନାରାୟଣ ଓଝା, ଉଇ ଫର ଭୁବନେଶ୍ୱର କର୍ମକର୍ତାବୃନ୍ଦଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇଥିଲେ  । ଗିରିଜା ଶଙ୍କର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା  । ଓଡ଼ିଶା ସମାଚାର

Leave a Reply

Your email address will not be published.