Wednesday , May 31 2023
Home / ବିଶେଷ / କଟକ କେନ୍ଦ୍ର ସମବାୟ ଵ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ

କଟକ କେନ୍ଦ୍ର ସମବାୟ ଵ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ

ବିଜେଡିର ୧୧ ଜଣ  ନିଦ୍ୱର୍ନ୍ଦରେ ନିର୍ବାଚିତ, ସଭାପତି ପାଇଁ ମାହାଙ୍ଗା କଟକ ସଦର ଆଶାୟୀ

କଟକ ସଦର, ୨୮/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ଵ୍ୟାଙ୍କର ଆସନ୍ତା ଅକ୍ଟୋବର ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିଵା ୧୫ ଟି ଯୋନର ନିର୍ଦେଶକ ପଦବୀ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନପତ୍ର ଦାଖଲ ହୋଇଛି। ଏଥିରେ ୧୧ ଜଣ ବିଜେଡ଼ି ସମର୍ଥିତ ଡାଇରେକ୍ଟର ନିଦ୍ୱର୍ନ୍ଦରେ ନିର୍ବାଚିତ ହେଵାକୁ ଯାଉଥିବା ବେଳେ ୪ ଟି ରେ ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡ଼ିଛି। ତେବେ ଆଜି (ବୁଧବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେଵାର ଥିବାରୁ କିଏ ରହିଵେ ନରହିଵେ ତାହା ଜଣାପଡ଼ିବ। ସେଥିରେ ସିସିଵିର ସଭାପତି ଦୈ।ଡରେ ମାହାଙ୍ଗା ଓ କଟକ ସଦର ନିର୍ବାଚନମଣ୍ଡଳୀ ଥିବା ବେଳେ ମାହାଙ୍ଗାର ପଲା ଭାରି ରହିଛି।ତେଵେ ଏହି ଦୈ।ଡରେ ଥିବା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଗତିରାଉତପାଟଣା ସମିତିର ଡାଇରେକ୍ଟର ପ୍ରଫୁଲ୍ଲ ସିଂହ ଶେଷ ମୂହୁର୍ତ୍ତରେ ଓହରି ଯାଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ନିର୍ବାଚନ ପାଇଁ ପର୍ୟ୍ୟବେକ୍ଷକ ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ବିଜେଡି ଦାୟିତ୍ଵ ଦେଇଛି। ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ମାହାଙ୍ଗା ସାମସରପୁର ସମିତି ସଭାପତି ପ୍ରଭାତ ଚନ୍ଦ୍ର କାନୁନଗୋ,ଆଠଗଡ ମେଘା ସମିତି ସଭାପତି ପ୍ରଶନ୍ନ କୁମାର ସ୍ୱାଇଁ,କଟକ ସଦର ଅଚ୍ୟୁତାନନ୍ଦ ସମିତି ସଭାପତି ଅଚ୍ୟୁତାନନ୍ଦ ଦାସ, ସାଲେପୁର ଅମ୍ଵାସି ଡାଇରେକ୍ଟର ସରୋଜ କୁମାର ମହାପାତ୍ର, ପାରାଦୀପ ମହ୍ଲାସାହି ଡାଇରେକ୍ଟର ଆରତୀ ମହାନ୍ତି, ବାଲିକୁଦା ଏରସମା ପୁରୁଣାହାଟ ସଭାପତି ଚିତ୍ତରଂଜନ ପୁହାଣ, ଜଗତସିଂହପୁର କଣ୍ଟା ବଲ୍ଲଭ ପୁର ସମିତି ଡାଇରେକ୍ଟର କୈଳାସ ଚନ୍ଦ୍ର ପାଲ୍,ପାଟକୁରା ରଘୁଦାଇପୁର ସମିତି ସଭାପତି ସରୋଜକାନ୍ତ ସାହୁ, ରାଜନଗର ବାଲିସାହି ପାଟଣା ସମିତି ଡାଇରେକ୍ଟର ଅରୁଣ କୁମାର ସାହୁ, କେନ୍ଦ୍ରାପଡ଼ା କୁତ୍ରାଙ୍ଗ ଵିଲ ମୁଗଵାଡି ସମିତି ଡାଇରେକ୍ଟର ସୁଜାତା ଦାସ, ବଡ଼ଚଣା ଯାଜପୁର ଶରତ ଚନ୍ଦ୍ର ସାହୁ, ଧର୍ମଶାଳା ଯାଜପୁର ଦୁଃଶାସନ ସାହୁ, ଯାଜପୁର ଦଶରଥ ପୁର ଵିଜୟ କୁମାର ଦଳାଇ, ଯାଜପୁର ଦଶରଥପୁର କେଶଵ ଚନ୍ଦ୍ର ସେଠୀ, ନିଆଳି ଅଂଳୋ ସମିତି ଉପସଭାପତି ରାଜଲକ୍ଷ୍ମୀ ସାହୁ ବୋଲି ଜଣାପଡିଛି। ନାମାଙ୍କନପତ୍ର ଦାଖଲ ସମୟରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା,କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଓଡ଼ିଶା ସମାଚାର

Leave a Reply

Your email address will not be published.