Wednesday , May 31 2023
Home / ବିଶେଷ / ଏଆଇସିସିଟିୟୁର ଶ୍ରମିକ ସମାବେଶ

ଏଆଇସିସିଟିୟୁର ଶ୍ରମିକ ସମାବେଶ

ଶ୍ରମିକ ବିରୋଧୀ ଶ୍ରମକୋଡ଼ ବାତିଲ ଓ ସର୍ବନିମ୍ନ ମଜୁରୀ ୭୦୦ ଟଙ୍କା ଦାବିରେ ଏଆଇସିସିଟିୟୁର ଶ୍ରମିକ ସମାବେଶ

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)-ଏଆଇସିସିଟିୟୁର ସର୍ବଭାରତୀୟ ଡ଼ାକରାରେ ଏବଂ ଭଗତ ସିଂଙ୍କ ୧୧୫ତମ ଜନ୍ମ ଦିବସ ଅବସରରେ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ଜାତୀୟ ସମ୍ପତିର ଘରୋଇକରଣ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ୭୦୦ ଟଙ୍କା, ଦରବୃଦ୍ଧି ବନ୍ଦ କରିବା, ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରିବା ସହ ଗଣତାନ୍ତ୍ରିକ ଅଧିକାର ଉପରେ ଦମନ ବନ୍ଦ କରିବାକୁ ଏଆଇସିସିଟିୟୁ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନାଗଭୂଷଣ ଭବନଠାରୁ ଶ୍ରମିକ ମାନଙ୍କର ବିଶାଳ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ପହଂଚିଲା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧାକାନ୍ଦ ସେଠୀ ଯୋଗଦେଇ କହିଲେ ଯେ, ମୋଦି ସରକାର କର୍ପୋରେଟ ପୋଷଣ କାର୍ଯ୍ୟକ୍ରମ ହାତକୁ ନେଇ ଜନସାଧାରଣଙ୍କ ଭିତରେ ସାମ୍ପ୍ରଦାୟିକ ପ୍ରଭାବ ଚାଲୁ ରଖିବା ସହିତ ଜାତିଆଣ ଘୃଣା ଭାବ ସୃଷ୍ଟି କରି ସାମ୍ପ୍ରଦାୟିକ ଧ୍ରୁବୀକରଣ ପ୍ରସାର କରୁଛନ୍ତି ।

ସିପିଆଇ (ଏମ୍ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ମୋଦି ରାଷ୍ଟ୍ରାୟ ସମ୍ପତିକୁ ବିିକିବା ସହିତ ଭାରତର ସମ୍ବିଧାନକୁ ଦୁର୍ବଳ କରିବା ଓ ବେରୋଜଗାରକୁ ସମାଧାନ କରିବା ଦିଗରେ ବିଫଳ ହୋଇଛନ୍ତି । ଏଆଇସିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା ତାଙ୍କ ବକ୍ତବ୍ୟରେ କହିଲେ ଯେ, ମୋଦି ସରକାର ଚାଷ ଜମିକୁ କର୍ପୋରେଟଙ୍କ ଦ୍ୱାରା ଅଧିଗ୍ରହଣ ପାଇଁ ବନ୍ଦ କରିଥିବା ୩ଟି କଳା ଆଇନ କୃଷକଙ୍କ ଆନ୍ଦୋଳନ ଫଳରେ ବାତିଲ କରିବାକୁ ବାଧ୍ୟ ହୋଇଥିଲା ବେଳେ ଶ୍ରମ କୋଡ଼କୁ ବାତିଲ କରିବା ଲାଗି ଶ୍ରମିକ ମାନଙ୍କର ଆନ୍ଦୋଳନକୁ ଶାଣିତ କରିପାରିଲେ ଶ୍ରମିକ ଅଧିକାର ପାଇବାରୁ ବଂଚିତ ହେବେନାହିଁ ।

ଏହି ସଭାରେ ସଭାପତିତ୍ୱ କରି ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଲେ ଯେ, ବିକାଶ ନାମରେ ବେରୋଜଗାର ସୃଷ୍ଟି ହୋଇଛି । ସ୍କିମ କର୍ମଚାରୀ, ଠିକା କର୍ମଚାରୀ ମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି । ସର୍ବନିମ୍ନ ମଜୁରୀ ୭୦୦ ଟଙ୍କା କରିବା ସହିତ ସ୍ଥାୟୀ ଚାକିରୀ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଟୁଲାଲ ସୁବୁଦ୍ଧି, କୁଶ ମହାକୁଡ଼, ମାନସ ରଞ୍ଜନ ପ୍ରଧାନ, ଶ୍ରୀନିବାସ ସାହୁ, ସମର ବଳ ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଜିଲ୍ଲାମାନଙ୍କରେ ଶ୍ରମିକ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ସମାବେଶରେ ଆହ୍ୱାନ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.