Saturday , December 3 2022
Breaking News
Home / ବିଶେଷ / ଅଲଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘ ଓଡ଼ିଶା ଶାଖାର ଆନ୍ଦୋଳନ

ଅଲଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘ ଓଡ଼ିଶା ଶାଖାର ଆନ୍ଦୋଳନ

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)-ଆଜି ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ୍ ଙ୍କ ଅଫିସ୍ ପରିସରରେ ଗ୍ରାମୀଣ ଡାକସେବକ ସଂଘର ଓଡ଼ିଶା ଶାଖାର ସବୁ କର୍ମକର୍ତାମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନ କରିଥିଲେ । କେନ୍ଦ୍ର ସରକାରଙ୍କୁ ବାରମ୍ବାର ସେମାନଙ୍କ ଦାବି ସମ୍ପର୍କରେ ସଂଘ ତରଫରୁ ଜଣାଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ବିଶେଷକରି ଷଷ୍ଠ ବେତନ କମିଶନର କମଲେଶ ଚନ୍ଦ୍ର କମିଟି ଯେଉଁ ରିପୋର୍ଟ ଦେଇଥିଲେ, ସେହି ରିପୋର୍ଟ ଭିତିରେ ସରକାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି । ୧୨ ବର୍ଷ, ୨୪ବର୍ଷ ଓ ୩୬ବର୍ଷ କାମ କରିଆସୁଥିବା କର୍ମଚାରୀମାନଙ୍କୁ ତିନିଟି ଇନ୍କି୍ରମେଂଟ ଦେବାପାଇଁ ନିୟମ ଥିବାବେଳେ ସରକାର ଦେଉନଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ୩୦ ରୁ ୪୦ ବର୍ଷ କାମ କରି କର୍ମଚାରୀମାନେ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ଅପେକ୍ଷା କମ୍ ଦରମା ପାଇଆସୁଥିବା ବେଳେ ଦରମାର ଏହି ତାରତମ୍ୟ କର୍ମଚାରୀଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଆଜି ତା’ର ପ୍ରତିବାଦ କରାଯାଉଅଛି । ଏହାବାଦ୍ ଯେଉଁ କର୍ମଚାରୀମାନେ ଦୀର୍ଘବର୍ଷ ଧରି ଏହି ବିଭାଗରେ ଏକ୍ସଟ୍ରା କର୍ମଚାରୀ ଭାବେ କାମ କରୁଥିଲେ ସେମାନଙ୍କ ପଦବୀର ନାମ ବଦଳାଇ ଗ୍ରାମୀଣ ଡାକ ସେବକ ପଦ ଘୋଷଣା କରିବା କର୍ମଚାରୀମାନଙ୍କୁ ଦୁଃଖ ଦେଇଥିବାରୁ ଏଥିପାଇଁ ମଧ୍ୟ ପ୍ରତିବାଦ କରାଯାଉଛି । କର୍ମଚାରୀମାନଙ୍କର ମୁଖ୍ୟ ଦାବିଗୁଡ଼ିକ ହେଲା – ସରକାରୀ କର୍ମଚାରୀର ପୂର୍ଣ୍ଣ ମାନ୍ୟତା ମିଳିବା, ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦେବା, ଗ୍ରାଚୁ୍ୟଇଟିକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ସବୁ ଅବସର ନେଇଥିବା ଡାକସେବକ ମାନଙ୍କୁ ଆଡହକ୍ ପେନସନ୍ ବ୍ୟବସ୍ଥା କରିବା ଇତ୍ୟାଦି ଗୁଡ଼ିକ ଉପରେ ସରକାର ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଗ୍ରାମୀଣ ଡାକ ସେବକ ସଂଘ ସର୍ବଭାରତୀୟ ସ୍ତରରେ ଆସନ୍ତା ୧୯.୧୦.୨୦୨୨ରେ ଦିଲ୍ଲୀରେ ହଙ୍ଗରଷ୍ଟ୍ରାଇକ୍ କରିବା ସଂଗେସଂଗେ ପରବର୍ତୀ ସମୟରେ ସାରା ଦେଶରେ ଯେତେ ଡାକ ସେବା ଅଛି, ସବୁଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଠପ୍ କରିଦେବା ପାଇଁ ପଦକ୍ଷେପ ନେବେ ବୋଲି ଓଡ଼ିଶା ସର୍କଲର ଡାକସେବା ସଂଘର ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଦାସ କହିଛନ୍ତି । ଏପରିକି ଆମେ ପୂର୍ବରୁ ବାରମ୍ବାର ଧାରଣା, ଆନ୍ଦୋଳନ ଏବଂ ୧୬ଦିନ ଧରି ଧର୍ମଘଟ କରି ସରକାରଙ୍କୁ ଆମର ଦାବି ଜଣାଇଥିଲୁ । ଆଜି ମଧ୍ୟ ଏହିଭଳି ଆନ୍ଦୋଳନ କରି ସରକାରଙ୍କୁ ପୁନର୍ବାର ଆମ ଦାବି ସମ୍ପର୍କରେ ଜଣାଉଅଛୁ । ଆମ ଡାକ ସେବକମାନେ କରୋନା ମହାମାରୀ ସମୟରେ ବହୁ କଷ୍ଟରେ ଘରଘର ବୁଲି ଖରା, ବର୍ଷାକୁ ଖାତିର ନ କରି ଲୋକମାନଙ୍କୁ ସେବା ଯୋଗାଇ ଦେଉଥିବା ବେଳେ ସରକାର ଆମ୍ଭମାନଙ୍କର ଦୁଃଖ କାହିିଁକି ଶୁଣୁନାହାଁନ୍ତି ବୋଲି ବଡ଼ କ୍ଷୋଭର ସହିତ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସଂଘର ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଦାସ । ଓଡ଼ିଶା ସମାଚାର

Leave a Reply

Your email address will not be published.