Saturday , December 3 2022
Breaking News
Home / ବିଶେଷ / ଶ୍ରୀମନ୍ଦିର ସେବାଶ୍ରମ ରେ ରକ୍ତଦାନ ଶିବିର

ଶ୍ରୀମନ୍ଦିର ସେବାଶ୍ରମ ରେ ରକ୍ତଦାନ ଶିବିର

କଟକ ୨୭/୦୯/୨୦୨୨ (ଓଡ଼ିଶା ସମାଚାର)-କଟକ ଫୁଲନଖରା କୋଠପାଟଣା ପଂଚାୟତ ର କୁରୁଣ୍ଟି ଗ୍ରାମରେ ଥିବା ରାଜ୍ୟ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡ଼ିଶା ର ଶ୍ରୀମନ୍ଦିର ସେବାଶ୍ରମ ରେ ଦ୍ଵିତୀୟ ଥର ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରରେ ୩୮ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଗ୍ରୁପ୍ ର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ , ପବିତ୍ର କୁମାର ଦାସ , କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ , କେଦାର ବିଶ୍ୱାଳ , ଅଶୋକ ମହାନ୍ତି ସମେତ ଅନେକ ଗ୍ରୁପ୍ ର ବରିଷ୍ଠ ସମାଜସେବୀ ମାନେ ରକ୍ତଦାନ କରିଥିଲେ । ଗତ ମେ ମାସରେ ପ୍ରତିଷ୍ଠା ଦିବସ ଉପଲକ୍ଷେ ମଧ୍ୟ ୫୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ଆଶ୍ରମ ରେ ରାସ୍ତା କଡରୁ ଉଦ୍ଧାର ହେଉଥିବା ମାନସିକ ବିକାରଗସ୍ତ ବ୍ୟକ୍ତି , ଅସହାୟ ବୃଦ୍ଧ ବୃଦ୍ଧା ମାନେ ରୁହନ୍ତି । ଦୀର୍ଘ ୮ବର୍ଷ ଧରି ରାଜ୍ୟ ର  ୧୪ଟି ଜିଲ୍ଲା ରେ ସେବା ଯୋଗାଇ ଦେଇ ଆସୁଥିବା ଏହି ସଂଗଠନ ଏକ ବର୍ଷ ହେବ ଏଇ ଆଶ୍ରମ କରିଅଛି ।

ଜୟ ଜଗନ୍ନାଥ ଗ୍ରୁପ୍ ର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ କହିଛନ୍ତି ଆଗାମୀ ଦିନରେ ସଭିଙ୍କ ସହଯୋଗ ରହିଲେ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି କିଛି ସହାୟତା ମିଳେ ତେବେ ଅନେକ ଅସହାୟ ଲୋକଙ୍କୁ ସେ ଆଶ୍ରମ ରେ ଥଇଥାନ କରାଇପାରିବେ ବୋଲି ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.