Saturday , December 3 2022
Breaking News
Home / ବିଶେଷ / ମା’ ଉଗ୍ରତାରାଙ୍କ ପୀଠ ଉତ୍ସବ ମୂଖର

ମା’ ଉଗ୍ରତାରାଙ୍କ ପୀଠ ଉତ୍ସବ ମୂଖର

ଟାଙ୍ଗି,୨୭/୦୯/୨୦୨୨ (ଓଡିଶା ସମାଚାର /ଦୀପକ ପ୍ରଧାନ)-  ଆସିଛି ପାର୍ବଣର ଋତୁ । ହେଲେ ଗତବର୍ଷ ଭଳି କରୋନା କଟକଣା ଯୋଗୁଁ ଭକ୍ତ ମାନଙ୍କ କଟକଣା କରାଯାଇଥିଲା।ଚଳିତ ବର୍ଷ ଖୋର୍ଦ୍ଧା ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରାଙ୍କ ଶକ୍ତି ପୀଠରେ ଯଥା ବିଦ୍ଧି ଅନୁଯାୟୀ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଯାଇଛି ମା’ଙ୍କର ଷୋଡ଼ଶ ଉପଚାର ପୂଜା । ତେବେ ୧୬ ଦିନ ପର୍ଯ୍ୟନ୍ତ ମାଆଙ୍କର ରୀତିନୀତି ଅନୁଯାୟୀ ପୂଜା କରାଯିବ ବୋଲି ଭକ୍ତ ଓ ପୂଜକମାନେ କହିଥିବା ଜଣାପଡିଛି।

ମା’ ଉଗ୍ରତାରାଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଶୋଡ଼ଷ ଉପଚାର ପୂଜା । ଉଗ୍ରତାରାଙ୍କ ପୀଠ ସାରା ଭାରତବର୍ଷ କାହିଁକି ସାରା ପୃଥିବୀରେ କୌଣସି ସ୍ଥାନରେ ନାହିଁ । ବିଭିନ୍ନ ସ୍ଥାନରେ ତାରା ପୀଠ ଅଛି, ହେଲେ ଖୋର୍ଦ୍ଧା ଜିଳ୍ଲା ଭୁଷଣ୍ଡପୁର ଠାରେ ମା’ ଉଗ୍ରତାରାଙ୍କ ପୀଠ ରହିଛି । କାହିଁ କେଉଁ କାଳରୁ ଏଠାରେ ମୂନୀଋଷିମାନେ ତନ୍ତ୍ର ସାଧାନ କରୁଥିବା କିମ୍ବନ୍ଦନ୍ତୀ ରହିଛି । ସେଥିପାଇଁ ଏହି ପୀଠକୁ ତନ୍ତ୍ରପୀଠ ବୋଲି କୁହାଯାଇଥାଏ । ତେବେ ଶୋଡ଼ଷ ଉପଚାର ପୂଜା ଆରମ୍ଭ ହେବାମାତ୍ରେ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏହି ପୀଠକୁ । ମା ଉଗ୍ରତାରା ପୀଠରେ କେବଳ ରୀତିନୀତି ଅନୁଯାୟୀ ବିଦ୍ଧି ମୁତାବକ ମା’ଙ୍କର ପୂଜା ଓ ଶ୍ରଦ୍ଧାଳୁଙ୍କ ମାନସିକ ପୂଜା କରାଯିବ ବୋଲି ମନ୍ଦିର ପୂଜକ ସୂଚନା ଦେଇଛନ୍ତି। ଏଠାରେ ଦୁଇ ପ୍ରକାର ଦଶହରା ପାଳନ କରାଯାଇଥାଏ । ଗୋଟିଏ ବାସନ୍ତିକ ଦୁର୍ଗା ପୂଜା ଓ  ଶାରଦୀୟ ଦୁର୍ଗାପୂଜା । ମା’ ଉଗ୍ରତାରାଙ୍କ ଅପାର ମହିମା ଥିବାରୁ ଭକ୍ତଟିଏ ଆପଣା ଛାଏଁ ଶୋଡ଼ଷ ପୂଜା ସମୟରେ ଚାଲିଆସିଥାଏ ଏଠାକୁ । ଆଉ କେହି କେହି ନିଜ ଅନୁଭୁତି ବଖାଣି ଭାବ ବିହୋଳ ହୋଇପଡ଼ନ୍ତି ମଧ୍ୟ । ମୂଳାଷ୍ଟମୀ ଠାରୁ ଶହସ୍ର କୁମ୍ଭ ବରଣ କରାଯାଇ ଆରମ୍ଭ ହୋଇଥିବା ଏହି ପୂଜା ଦଶହରା ପର୍ଯ୍ୟନ୍ତ ଚାଲିବ ।

ପାର୍ବଣ ଆସିଲେ ମା’ ଉଗ୍ରତାରାଙ୍କ ପୀଠ ଉତ୍ସବ ମୂଖର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏଠାକୁ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ଷୋଡ଼ଶ ଉପଚାର ପୂଜାର ନବରାତ୍ର ପୂଜା ସୋମବାର ଠାରୁ ଆରମ୍ଭ ହେଇଛି ବୋଲି ପୂଜକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.