Friday , December 9 2022
Breaking News
Home / ଶିକ୍ଷା / ବଦଳି ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା

ବଦଳି ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା

ଟାଗିଂ, ୨୭/୦୯/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ। ବଦଳି ହୋଇଥିବା ଶିକ୍ଷକ କିଶୋର କୁମାର ଦାଶଙ୍କ ପୁନଃ ନିଯୁକ୍ତି ଓ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ଦାୟିତ୍ୱ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାୟିତ୍ୱ ହସ୍ତାନ୍ତର ନହେବା ଫଳରେ ବିଦ୍ୟାଳୟ ର କୌଣସି ଉନ୍ନତିମୂଳକ କାର୍ୟ୍ୟ ହେଇପାରୁନାହିଁ। ବର୍ତମାନ ୫ ଟି ଶ୍ରେଣୀରେ ୯୦ ଜଣ ପିଲା ଶିକ୍ଷା ଲାଭ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି। ମୁଖ୍ୟ ଫାଟକରେ ତାଲା ପକାଇବାରୁ ଛାତ୍ରଛାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଏକ ଗଛମୂଳେ ରାସ୍ତା ଓ ପାଚେରୀକଡରେ ବସିବା ଦେଖିବାକୁ ମିଳିଛି। ଦିବା ୧୦ ଘଟିକାରୁ ମୁଖ୍ୟ ଫାଟକ ତାଲା ପଡିଥିଲେ  ମଧ୍ୟ ଦିବା ୧ ଘଟିକା ପର୍ୟ୍ୟନ୍ତ କୌଣସି ଉପରିସ୍ଥ କର୍ମଚାରୀମାନଙ୍କୁ ଦେଖିବାକୁ ମିଳିନଥିଲା।  ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବେ ବୋଲି ଧାରଣକାରୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ କି ପୂର୍ବରୁ ଧାରଣାକାରୀ ବିଦ୍ୟାଳୟ ର ଅସୁବିଧା ସଂପର୍କ ରେ ଜିଲ୍ଲାପାଳ, ଡିଇଓ, ବିଇଓ ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.