Friday , December 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ୱାଲଡ଼ ଟୁରିଯିମ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ୱାଲଡ଼ ଟୁରିଯିମ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ପୁରୀ /ଭୁବନେଶ୍ୱର, ୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ଓଡିଶା ର କଳା ସଂସ୍କୃତି କୁ ସାରା ବିଶ୍ୱ ରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମି ରେ ନିର୍ମାଣ କଲେ ବାଲି ର ଖୁଦ୍ର କୋଣାର୍କ ମିନ୍ଦିର | ଏହି ବାଲୁକା କଳାଟି କୁ ଅତିସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ସେ ଓଡିଶା ର ଐତିହ୍ୟ ଭାସ୍କର୍ଯ୍ୟ ଏବଂ କଳା ନେଇପୁର୍ଣ୍ୟ କୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ତାଙ୍କ ବାଲୁକା କଳା ମାଧ୍ୟମ ରେ |  କୋଣାର୍କ ମନ୍ଦିର ଓଡ଼ିଆ ମାନଙ୍କ ର ପରିଚୟ ସୃଷ୍ଟି କରେ  ବିଶ୍ୱ ଦରବାର ରେ|  ସେ ବାଲିରେ ଖୁଦ୍ର କୋଣାର୍କ ମନ୍ଦିର ର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ୱ ରେ ଓଡିଶା କୁ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ଏବଂ ସମସ୍ତ ବିଶ୍ୱ ବାସୀଙ୍କୁ ଓଡିଶା କୁ ଆସି ଓଡିଶା ର କଳା ନୈପୁର୍ଣ୍ୟ କୁ ଉପଭୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ୱlଲଡ଼ ଟୁରିଯିମ ଦିବସ ରେ | ଏହି ବାଲୁକା କଳାଟି 3ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 3 କୁଇଣ୍ଟାଲ ବାଲି ଉପଯୋଗ କରାଯାଇଛି | ଏବଂ ଏଥିରେ ” welcome to Odisha” ଏବଂ ” world Tourism day”ର ବାର୍ତ୍ତା ଦେଇଛନ୍ତି |

Leave a Reply

Your email address will not be published.