Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ୨୫ ଜଣ ଶିଶୁ ଙ୍କ ସମେତ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ମହିଳା ସଂକ୍ରମିତ ଙ୍କ ମୃତ୍ୟୁ

୨୫ ଜଣ ଶିଶୁ ଙ୍କ ସମେତ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ମହିଳା ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୨୫ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୧୧ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୧୩ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ଜଣ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨ଜଣ, ଷ୍ଟେଟ ପୁଲ୍ ରୁ ୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତ ଙ୍କ ସଂଖ୍ୟା ୧୩୩୩୩୩୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକ ପୁରୀ ଜିଲାର ଜଣେ ୭୫ବର୍ଷ ବୟସ୍କ ମହିଳା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୯୧ ରେ ପହଂଚିଥିବାବେଳେ ୬୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।ସେ ଜଣ୍ଡିସ ରେ ଆକ୍ରାନ୍ତ ଥିଲେ । ଗତ କିଛି ମାସ ଧରି ମୃତ୍ୟୁ ସଂଖ୍ୟା ସ୍ଥିର ରହିଥିବାବେଳେ ଗତ କିଛି ଦିନ ଧରି ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୩୩୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୨୨୬୪୯ଜଣ ସୁସ୍ଥ ହୋଇଛନ୍ତି । ଆଉ ୧୪୩୯ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୩୫୨୭୩୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.