Friday , December 9 2022
Breaking News
Home / ଶିକ୍ଷା / ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ

ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ

ଭୁବନେଶ୍ୱର,୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ରାଜ୍ୟର ୪୦ଟି ହାଇସ୍କୁଲରେ ଯୁକ୍ତଦୁଇ ଶ୍ରେଣୀ ଖୋଲିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

ଏକାଦଶ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ।ଏଥିପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଯେଉଁସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଥିବା ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପ୍ରଥମେ ରାଜ୍ୟର ୪୦ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବଂ ପର୍ୟ୍ୟାୟକ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି  ।

Leave a Reply

Your email address will not be published.