Saturday , December 3 2022
Breaking News
Home / ବିଶେଷ / ସୁରକ୍ଷା ଦୃଷ୍ଟିକୋଣରୁ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ କୁ  ପ୍ରଶାସନ ବନ୍ଦ କଲା

ସୁରକ୍ଷା ଦୃଷ୍ଟିକୋଣରୁ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ କୁ  ପ୍ରଶାସନ ବନ୍ଦ କଲା

ରାୟଗଡା,୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ରାଜ୍ୟର ଦ୍ୱିତୀୟ ଝୁଲାପୋଲ କୁ  ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ବନ୍ଦ କରିଛି । ନାଗାବଳୀ ନଦୀ ଉପରେ ଚେକାଗୁଡା ଠାରୁ ମାରିଗୁଡା ପର୍ୟ୍ୟନ୍ତ ଏହି ପୋଲ ନିର୍ମାଣ ହୋଇଥିଲା । ଗମନାଗମନ ପାଇଁ ନିର୍ମାଣ ହୋଇଥିବା ଏହି  ପୋଲ ପରବର୍ତ୍ତୀ ସମୟରେ ପର୍ୟ୍ୟଟନ ସ୍ଥଳୀ ପାଲଟିଗଲା । ହେଲେ ଏହି ପୋଲରେ ଲଗାତାର ଦୁର୍ଘଟଣା ଘଟିଲା । ଗତ ୫ ବର୍ଷ ମଧ୍ୟରେ ନଦୀରେ ବୁଡି ୨୭ ରୁ ଅଧିକ ଲୋକ ମୃତ୍ୟୁ ବରଣ ଛନ୍ତି । ପର୍ୟ୍ୟଟକ ମାନେ ବୁଲିବାକୁ ଆସିବା ବେଳେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ଏହିଭଳି ଅଘଟଣ ଘଟିଲା । ଗତ କିଛି ଦିନ ପୂର୍ବେ ଆନ୍ଧ୍ରପ୍ରଦେଶରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ  ମଧ୍ୟ ଏଭଳି ଅଘଟଣ ଘଟିବା ପରେ ଏବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶେଷରେ ପ୍ରଶାସନ ଏହି ପଯ୍ୟଟନ ସ୍ଥଳକୁ ସିଲ୍ କରିବା ସହ ପଯ୍ୟଟନ ରେ ଯେଉଁମାନେ ବୁଲିବାକୁ ଆସୁଥିଲେ ସେମାନଙ୍କ ଉପରେ ରୋକ୍ ଲଗାଇଛି । ଏଥିସହ ଝୁଲାପୋଲକୁ ମଧ୍ୟ ବନ୍ଦ କରାଯାଇଛି । ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି । ହେଲେ ଏହା କିଛିଦିନ ନିମନ୍ତେ ବନ୍ଦ କରାଯାଇଛି ବୋଲି ଉପଜିଲ୍ଲାପାଳ ଭୀମସେନ ଶବର କହିଛନ୍ତି।

Leave a Reply

Your email address will not be published.