Friday , December 9 2022
Breaking News
Home / ଶିକ୍ଷା / ସଉରୀଚରଣ ସଂସ୍କୃତ ମହାବିଦ୍ୟାଳୟରେ ଏନଏସଏସ ଦିବସ ପାଳିତ

ସଉରୀଚରଣ ସଂସ୍କୃତ ମହାବିଦ୍ୟାଳୟରେ ଏନଏସଏସ ଦିବସ ପାଳିତ

ଛାତ୍ରଛାତ୍ରୀମାନଙ୍କ ଶ୍ରମ ବିନା ଦେଶର ସମୃଦ୍ଧି ଅସମ୍ଭବ
ନିରାକାରପୁର, ୨୬/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେଣ୍ଡୁ ପଂଚାୟତ ଆରେଡ଼ି ସାନଗୋବିନ୍ଦପୁରସ୍ଥିତ ସଉରୀ ଚରଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଏନଏସଏସ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ପ୍ରମୋଦ କୁମାର ଜେନାଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାନେତ୍ରୀ ତଥା କଲେଜ ପରିଚାଳନା କମିଟି ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶ୍ରମ ବିନା ଦେଶର ସମୃଦ୍ଧି ଅସମ୍ଭବ । ଯାହା କି ମନୁଷ୍ୟ ଜୀବନର ଶ୍ରେଷ୍ଠ ସମ୍ବଳ ଓ ପ୍ରଗତିର ଉପଯୁକ୍ତ ମାର୍ଗ । ତେଣୁ ଶ୍ରମକୁ ସମ୍ମାନର ସହିତ ଗ୍ରହଣ କରି ନିଜ ଜୀବନକୁ ଉସôର୍ଗୀତ କଲେ ଦେଶର ଉନ୍ନତି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବରିଷ୍ଠ ନେତା ପ୍ରଫୁଲ ଚନ୍ଦ୍ର ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମାନବ ସେବା ମାଧବ ସେବା । ତେଣୁ ପରୋପକାର କଲେ ଇଶ୍ୱର ତୁମ ଜୀବନର ଚଲା ପଥକୁ କୁସୁମିତ କରିବେ ବୋଲି କହିଥିଲେ । ଛାତ୍ରଛାତ୍ରୀମାନେ ନିକଟସ୍ଥ ଆରେଡ଼ି ଗ୍ରାମର ଗ୍ରାମେଶ୍ୱର ଦେବ ଓ ତାରେଣୀ ପୀଠକୁ ସଫା କରିବା ସହ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନଏସଏସ ଅଫିସର ସୁଚିତ୍ରା ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ମହାପାତ୍ରଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିିତ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଶ୍ରଯୁକ୍ତ ଜେନା ଓ ଲଛମନ ନାୟକ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.