Friday , December 9 2022
Breaking News
Home / କ୍ରୀଡ଼ା / ରାଜ୍ୟ ଲନବଲ୍ ଦଳରେ କେନ୍ଦ୍ରାପଡାରୁ ୨

ରାଜ୍ୟ ଲନବଲ୍ ଦଳରେ କେନ୍ଦ୍ରାପଡାରୁ ୨

କେନ୍ଦ୍ରାପଡା, ୨୬/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ଲନ ବୋଲ ଦଳ ଜାତୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଆଜି ଗୁଜୁରାଟ ଗସ୍ତ କରିଛି । ସେହି ଦଳରେ ୬ଜଣ ପୁରୁଷ ଓ ୬ଜଣ ମହିଳା ଖେଳାଳୀ ଥିବା ବେଳେ ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୨ଜଣ ଖେଳାଳୀ ଯୋଗଦେଇଛନ୍ତିି । ସେହି ଦଳରେ କେନ୍ଦ୍ରାପଡା ଜିଲ୍ଲାର ଆବୁ ଜଲାଲ ଏବଂ ସରୋଜିନୀ ସ୍ୱାଇଁ ଗୁଜୁରାଟ ଗସ୍ତ କରିଥିବାରୁ ଜିଲ୍ଲା ଲନ ବୋଲ୍ ଆସୋସିଏସନ ପକ୍ଷରୁ ସଭାପତି ସୟଦ ଇମତିଆଜ ଅଲ୍ଲୀ, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ, ନିଗମାନନ୍ଦ ଆଚାର୍ଯ୍ୟ, ସେକ ସୈାକତ ଖାନ, ମନୋଜ କୁମାର ସାହୁ, ହରେକୃଷ୍ଣ ଲେଙ୍କା, ସଶ୍ମିତା ପଣ୍ଡା, ପ୍ରସାନ୍ତ କୁମାର ସିଂହ, ବିବେକାନନ୍ଦ ଆଚାର୍ଯ୍ୟ, ମୀର ମହମ୍ମଦ ଅମୀର, ଲିୟାକତ ଅଲ୍ଲୀ, ଜ୍ୟୋତିର୍ମୟ ଦାସ ପ୍ରମୁଖ ଓଡିଶା ଲନ ବୋଲ ଆସୋସିଏସନକୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରାପଡା ଜିଲ୍ଲାର ଦୁଇ ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରାପଡାର ଦୁଇ ଖେଲାଳୀ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୈାରବ ଆଣିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ଲନ ବୋଲ ଆସୋସିଏସନ ଆଶା ପୋଷଣ କରିବା ସହିତ ସେମାନଙ୍କ ଗୁଜୁରାଟ ଗସ୍ତର ସଫଳତା କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.