ଜଗତସିଂହପୁର,୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ଶଙ୍କର ଓଁମ୍ ଶରଣ ନାମକ ଜଣେ କଥାକଥିତ ବ୍ୟଙ୍ଗ କବି ଓଡ଼ିଶାର ବିଭିନ୍ନ ଜିଲ୍ଲାର ନାରୀଙ୍କ ନାମରେ ଆପତ୍ତିଜନକ ଶବ୍ଦ ଲଗାଇ ସୋସିଆଲ ମିଡିଆରେ ଏକ ଅବାଂଛିତ ଗୀତର ପ୍ରସାର କରିବା ଘଟଣାକୁ ନେଇ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ପରିବର୍ତ୍ତନ ଓଡ଼ିଶା ପକ୍ଷରୁ ଜଗତସିଂହପୁର ସଦର ଥାନାରେ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁଙ୍କୁ ଏତଲା ପ୍ରଦାନ କରାଯାଇଛି। ପରିବର୍ତ୍ତନ ଓଡ଼ିଶା ମହିଳା ସଂଗଠନ ସଭାନେତ୍ରୀ ଶୈଳବାଳା ଓଝା ନିଜ ପ୍ରତିକ୍ରିୟାରେ ଏଭଳି ଆପତ୍ତିଜନକ ଶବ୍ଦ ଲଗାଇ ଗୀତ କରିଥିବା ଅଭିଯୁକ୍ତ ବ୍ୟକ୍ତି କୋଟି କୋଟି ଓଡ଼ିଆ ଯୁବତୀଙ୍କ ଚରିତ୍ର ସଂହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିଥିଲେ। ଏହି ଗୀତ ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ଯୁବତୀଙ୍କ ଯେଉଁ ଆତ୍ମସମ୍ମାନ ହାନି ହୋଇଛି, ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।