Thursday , June 8 2023
Breaking News
Home / ବିଶେଷ / ବିଷ୍ଣୁପ୍ରିୟା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର,୪୦ ୟୁନିଟ ରକ୍ତ ସଂଗୃହୀତ

ବିଷ୍ଣୁପ୍ରିୟା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର,୪୦ ୟୁନିଟ ରକ୍ତ ସଂଗୃହୀତ

କଟକ ସଦର, ୨୬/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିଷ୍ଣୁପ୍ରିୟା ଚ୍ୟାରିଟେଵୁଲ ଟ୍ରଷ୍ଟ ଓଡିଶା ଓ ସରସ୍ଵତୀ କଳା ପରିଷଦ କନ୍ଦରପୁର ମିଳିତ ଆନୁକୂଲ୍ୟରେ କନ୍ଦରପୁର କୃଷକ ସେଵା ସମଵାୟ ସମିତି ସଭା ଗୃହରେ ଜୀଵନ ସ୍ରଷ୍ଟା ନାମରେ ଏକ ସ୍ୱଛାକୃତ ରକ୍ତ ଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ସରପଞ୍ଚ ସୁଭାଷିନୀ ରାଉତ, ସରପଞ୍ଚ ରାକେଶ ବେହେରା, ଦୟାନିଧି ପ୍ରତିଭା ଵିକାଶ ପ୍ରତିଷ୍ଠାନର ସଭାପତି ଇଂ ଅଶୋକ ଵିଶ୍ୱ।ଳ, ସମାଜସେବୀ କରୁଣାକର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଚାଳନାରେ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଵିମଳ ଦାସ,ପରିଷଦର ପ୍ରତିଷ୍ଠାତା ସଂପାଦକ ଅଶୋକ ପଟ୍ଟନାୟକ, ଚକ୍ରବର୍ତ୍ତୀ ଓତା, ସାମ୍ବାଦିକ ପ୍ରଭାତ ମଲିକ ପ୍ରମୁଖ ଯୋଗ ଦେଇଥିଲେ। ଶିଵିରରୁ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ମିଡିଆ ସଂଯୋଜକ ଇଂ ଶ୍ରୀକାନ୍ତ ସୂଚନା ଦେଇଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published.