Friday , December 9 2022
Breaking News
Home / ବିଶେଷ / ଫଜଲହକ୍ ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନର ନୂତନ କର୍ମକର୍ତା ନିର୍ବାଚିତ 

ଫଜଲହକ୍ ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନର ନୂତନ କର୍ମକର୍ତା ନିର୍ବାଚିତ 

ଗରଦପୁର,୨୬/୦୯/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନର ଏକ ସାଧାରଣ ସଭା ରବିବାର  ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ସାଧାରଣ ସଭାରେ ଡ଼ଃ ଅମରେନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବିଗତ ବର୍ଷ ମାନଙ୍କରେ କରାଯାଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପୂର୍ବରୁ ଦାୟୀତ୍ୱ ନ୍ୟସ୍ତ କରାଯାଇଥିବା ନିର୍ବାଚନ ଅଧିକାରୀ ଆଡ଼ଭୋକେଟ ହୃଦୟନିଧି ମହାନ୍ତି , ନୃସିଂହ ଚରଣ ବେହେରା ଓ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ତତ୍ୱାବଧାନରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ଡ଼ାକ୍ତର ଅବ୍ଦୁଲ ହଲିମ ଖାଁ ସଭାପତି, ଶ୍ରୀମତୀ ପ୍ରତିଭା ଦାସ ଉପସଭାପତି, ନୃସିଂହ ଚରଣ ବେହେରା ସାଧାରଣ ସମ୍ପାଦକ , ଡ଼ାକ୍ତର ଲିଙ୍ଗରାଜ ରଣା ଯୁଗ୍ମ ସମ୍ପାଦକ ,ନୟନ କିଶୋର ମହାନ୍ତି କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଏହାବ୍ୟତିତ ଡ଼ାକ୍ତର ମିରଜା ନୟିମ ଅଲୀ ବେଗ୍ ,ସୟଦ ଫଜଲ କରିମ ,ମିର ସାମସୁଲ ହକ୍ , ଆଡ଼ଭୋକେଟ ମଧୁସୂଦନ ପଣ୍ଡା,ଆଡ଼ଭୋକେଟ ହୃଦୟନିଧି ମହାନ୍ତି, ଗୋକୁଳ ଚରଣ ମହାନ୍ତି , ଭଗବାନ ସାମଲ,ଉମେଶ ଚନ୍ଦ୍ର ଦାସ, ରଜତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଦୀପ୍ତି ରଂଜନ କାନୁନଗୋ , ଇଂ ପ୍ରଭାକର ସାହୁ, ପ୍ରଫେସର ଦେବକୀ ନନ୍ଦନ ମହାନ୍ତି ଓ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିଲା । ଏଥି ସହିତ ଇଂ ସରୋଜ କୁମାର ମହାନ୍ତି, ପ୍ରଫେସର ଶଶିଭୂଷଣ ମହାନ୍ତି , ଡ଼ଃ ଅମରେନ୍ଦ୍ରନାଥ ମହାନ୍ତି, ମନ ମୋହନ କାନୁନଗୋ, ଗୌରଚନ୍ଦ୍ର ଦାସ, ବାବାଜୀ ନାୟକ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି । ଏହି ସାଧାରଣ ସଭାରେ ସଂଗଠନର ୩୨ ଜଣରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.