Friday , December 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପ୍ରସିଦ୍ଧ ପରମହଂସ ଶିଵ ମନ୍ଦିରର ଉନ୍ନତି ପାଇଁ ସୁରକ୍ଷା ସମିତି ସହ ଆଲୋଚନା କଲେ ବିଧାୟକ

ପ୍ରସିଦ୍ଧ ପରମହଂସ ଶିଵ ମନ୍ଦିରର ଉନ୍ନତି ପାଇଁ ସୁରକ୍ଷା ସମିତି ସହ ଆଲୋଚନା କଲେ ବିଧାୟକ

କଟକ ସଦର, ୨୬/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ପର୍ୟ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା କଟକ ପୂର୍ବାଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପରମହଂସ ନାଥଙ୍କ ମନ୍ଦିର ଅସୁରକ୍ଷିତ ଓ ଅବହେଳିତ ହେଉଥିବା ଅଭିଯୋଗ ଉପରେ ଏହାର ନିରାକରଣ ଓ ଉନ୍ନତି ପାଇଁ ଆଜି ସୋମବାର କଟକ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରା ସଦର ଵିଡିଓ ରାଜୀଵ ଲୋଚନ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂଵିକାଶ ଭୁୟାଁଙ୍କୁ ସାଥିରେ ଆଣି ମନ୍ଦିର ବେଢ଼ାରେ ସୁରକ୍ଷା ସମିତି ସହ ଆଲୋଚନା କରିଥିବା ଜଣାପଡିଛି। ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ ସଵୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ। ଏଥିରେ ସୁରକ୍ଷା ପରିଷଦର ସଭାପତି ସରପଞ୍ଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ,ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ୟ୍ୟକାରୀ ସଭାପତି ସମର ବେହେରା, ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ବିଧାୟକଙ୍କ ଵ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,ସଦର ଵିକାଶ ମଞ୍ଚ ସଭାପତି ସୁଵୋଧ ବେହେରା, ସମିତି ସଭ୍ୟା ବବିତା ବେହେରା, ଶ୍ରମିକ ନେତା କମଲ ଵାଵୁ, ଜଗନ୍ନାଥ ପଣ୍ଡା, ପବିତ୍ର ମିଶ୍ର,ଶରତ ଚନ୍ଦ୍ର ରଥ,ସାଧୁ ଚରଣ ପଣ୍ଡା, ଦୈତାରୀ ବେହେରା, ପୁଷ୍ପରାଜ ପ୍ରଧାନ, ଲକ୍ଷ୍ମୀଧର ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.