Thursday , December 1 2022
Home / ବିଶେଷ / ଧାର୍ୟ୍ୟ ତାରିଖ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ

ଧାର୍ୟ୍ୟ ତାରିଖ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ

ଭୁବନେଶ୍ୱର,୨୬/୦୯/୨୦୨୨ (ଓଡ଼ିଶା ସମାଚାର)- ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ଗାଇଡ଼ ଲାଇନ୍  । ଧାର୍ୟ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ । ଏନେଇ ରାଜ୍ୟ ସଡକ ପ୍ରାଧିକରଣ ପକ୍ଷରୁ ନୂଆ ଗାଇଡ଼ ଲାଇନ୍ ଜାରି  କରାଯାଇଛି । ଚେକିଂ ସମୟରେ  ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଫାଇନ୍ କଟାଯିବ ନାହିଁ ।

୧ କିମ୍ବା ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।

Leave a Reply

Your email address will not be published.