Friday , December 9 2022
Breaking News
Home / ଶିକ୍ଷା / କେନ୍ଦ୍ରପଡା ମହାବିଦ୍ୟାଳୟରେ ୫ଟି ବିଷୟରେ ପି.ଜି. ଶ୍ରେଣୀ ପାଇଁ ଅନୁମତି ମିଳିଲା

କେନ୍ଦ୍ରପଡା ମହାବିଦ୍ୟାଳୟରେ ୫ଟି ବିଷୟରେ ପି.ଜି. ଶ୍ରେଣୀ ପାଇଁ ଅନୁମତି ମିଳିଲା

କେନ୍ଦ୍ରାପଡ଼ା, ୨୬/୦୯/୨୦୨୨(ଓଡ଼ିଶା ସମାଚାର)-ଓଡିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୫ଟି ବିଷୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ସ୍ନାତକୋତର ସମ୍ନାନ(ପି.ଜି.) ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଓଡିଆ, ମନସ୍ତତ୍ୱ, ଶିକ୍ଷା ଓ (ଏମ.ଏସ.ସି.) ରସାୟନ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟରେ ସେଲଫ ଫାଇନାନସିଂ ମୋଡରେ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛି । ପ୍ରତ୍ୟେକ ବିଭାଗରେ ୧୬ଟି କରି ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଏ ନେଇ ପତ୍ର ସଂଖ୍ୟା ୪୦୭୪୦ ତା୨୬.୦୯.୨୦୨୨ରିଖରେ ଆଳିକ ଶିକ୍ଷା ନିର୍ଦେଶକ, ଭୁବନେଶ୍ୱରଙ୍କୁ ଏକ ପତ୍ର ଲେଖି ଅନୁମତି ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୭ତାରିଖରେ ଏହି ମହାବିଦ୍ୟାଳୟରେ ଅର୍ଥନୀତି, ରାଜନୀତି ବିଜ୍ଞାନ, (ଏମ.କମ.) ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ପ୍ରଭୃତି ୪ଟି ବିଷୟରେ ସେଲଫ ଫାଇନାନସିଂ ମୋଡରେ ପିଜି ଶ୍ରେଣୀ ଖୋଲାଯିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଥିଲା । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା ଏବଂ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଉଦ୍ୟମ କ୍ରମେ ଏହି ମହାବିଦ୍ୟାଳୟକୁ ପୁନର୍ବାର ଆଉ ୫ଟି ବିଷୟରେ ପିଜି ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବାରୁ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ ମହାବିଦ୍ୟାଳୟର ପୁରାତନ ଏବଂ ଅଧୁନା ଛାତ୍ରଛାତ୍ରୀମାନେ ଉଭୟ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରା ଏବଂ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.