Saturday , December 3 2022
Breaking News
Home / ବିଶେଷ / କଳପଡା ପଂଚାୟତରେ “ପଲ୍ଲୀରେ ପ୍ରଶାସନ” ଅନୁଷ୍ଠିତ

କଳପଡା ପଂଚାୟତରେ “ପଲ୍ଲୀରେ ପ୍ରଶାସନ” ଅନୁଷ୍ଠିତ

କେନ୍ଦ୍ରାପଡା, ୨୬/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କଳପଡା ଗ୍ରାମପଂଚାୟତର ସରପଂଚ ପ୍ରୀତିରେଖା ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ୮ନମ୍ବର ଜୋନ୍ ଜିଲ୍ଲା ପରିଷଦର ସଭ୍ୟ ରଶ୍ମୀରଞ୍ଜନ ରାଉତ, କେନ୍ଦ୍ରାପଡା ଭାରପ୍ରାପ୍ତ ବିଡିଓ ଅଶୋକ କୁମାର ମହାନ୍ତି, ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ସିଡିପିଓ କବିତା ନାୟକ, କଳପଡା ସମିତି ସଭ୍ୟ ଶିବପ୍ରସାଦ ସାହାଣୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୮୩୩ ଅଭିଯୋଗ ମିଳିଥିବା ବେଳେ ସେଥିମଧ୍ୟରୁ କୃଷି ବିଭାଗର କାଳିଆ ଯୋଜନା ସମ୍ପର୍କିତ ୩୦ଟି ଦରଖାସ୍ତ ଥିବା ବେଳେ ବଳରାମ ଯୋଜନାରେ ୨ଟି ଦରଖାସ୍ତ ଥିଲା । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଗୋଟିଏ,  ଗ୍ରାମୀଣ ଆବାସ ଯୋଜନାରେ ୧ଶହ, ବିଧବା ଓ ବାର୍ଦ୍ଧକ୍ୟ ଭତା ପାଇଁ ୧୯୬, ରାସନକାର୍ଡ ପାଇଁ ୫୭, ନୂତନ ଆଧାର କାର୍ଡ ପାଇଁ ୨୫, ଜଳ ପରୀକ୍ଷା ପାଇଁ ୭, ମୁ୍ୟଟେସନ୍ ପାଇଁ ୨, ଶ୍ରମିକ କାର୍ଡ ପାଇଁ ୪ ଓ ସ୍ୱାସ୍ଥ୍ୟକାର୍ଡ ପାଇଁ ୧୦ଟି ଦରଖାସ୍ତ ଆସିିଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ୧୦ଟି ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଗ୍ରାମପଂଚାୟତର ଲୋକମାନଙ୍କଠାରୁ ସେମାନଙ୍କ ସମସ୍ୟା ସମ୍ବଳିତ ଦରଖାସ୍ତଗୁଡିକ ଗ୍ରହଣ କରିଥିଲେ । ଶେଷରେ ନାଏବ ସରପଂଚ କୃଷ୍ଣପ୍ରିୟା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ରନାଥ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ବସନ୍ତ କୁମାର ସାହୁ, ମନୋରଞ୍ଜନ ସାମଲ, ନିରଞ୍ଜନ ରଣା, ଉତମ ସାହୁ, ତନୁଶ୍ରୀ ସାମଲ, ସୁଜାତା ପଟ୍ଟନାୟକ, ଭାରତୀ ସ୍ୱାଇଁ, ପ୍ରମିଳା ଜେନା, ମମତା ଲେଙ୍କା, ଗୌରୀ ମଲ୍ଲିକ, ବାବାଜୀ ନାୟକ, ସସ୍ମିତା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.