Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / କଟକ ଏସସିଵି ଵଡ ମେଡିକାଲରୁ ଶିଶୁ କନ୍ୟା ଚୋରି ଅଭିଯୋଗ

କଟକ ଏସସିଵି ଵଡ ମେଡିକାଲରୁ ଶିଶୁ କନ୍ୟା ଚୋରି ଅଭିଯୋଗ

କଟକ ସଦର, ୨୬/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ (ଵଡ ମେଡିକାଲ) ଏଵେ ଵିଶ୍ୱ ସ୍ତରୀୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ କିଛି ବର୍ଷ ପରେ ପୁଣି ଜଣେ ନଵ ଜାତକ ଶିଶୁ କନ୍ୟା ଚୋରି ଅଭିଯୋଗ ସମସ୍ତଙ୍କୁ ବିସ୍ମିତ କରିଛି। ପ୍ରକାଶ ଯେ ଗତ ୫ ଦିନ ତଳେ ଜଣେ ଗର୍ଭବତୀ ପ୍ରସୁତି ବିଭାଗର ଦ୍ୱିତୀୟ ମହଲାରେ ପିଲା ଜନ୍ମ ପାଇଁ ଭର୍ତ୍ତି ହୋଇଥିଲେ।ତାଙ୍କର ଦୁଇଟି ଶିଶୁ କନ୍ୟା (ଜାଆଁଳା) ଜନ୍ମ ହୋଇଥିଲେ।ଜଣଙ୍କର ଜଣ୍ଡିସ ହୋଇଥିବା ଜଣାପଡିଵା ପରେ ତାକୁ ଏସଏନସିୟୁ ରେ ଭର୍ତ୍ତି କରାଯାଇଥିଲା।ହେଲେ ଆଜି (ସୋମବାର) ସନ୍ଧ୍ୟାରେ ସେହି ଶିଶୁ କନ୍ୟାକୁ କେହି ଚୋରି କରି ନେଇଥିବା ଘଟଣା ଜଣାପଡ଼ିବା ପରେ ବାପା ତୋଫାନ ଜେନା ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଥାନା ଏବଂ ମେଡିକାଲ ଫାଣ୍ଡି ପୋଲିସଙ୍କ ସହ ମେଡିକାଲ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି। ସିସିଟିଭି କ୍ୟାମେରା ଜାଞ୍ଚ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଘଟଣା ଯଦି ସତ ହୋଇଥାଏ ତେବେ ସାଂଘାତିକ ବୋଲି ସାଧାରଣରେ ମତପ୍ରକାଶ ପାଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.