Friday , December 9 2022
Breaking News
Home / ତାଜା ଖବର / ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଟାଙ୍ଗି,୨୫/୦୯/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଳକ ବଡପୋଖରିଆ ପଂଚାୟତ ବୋଡଗଂରାପାଟଣା ଗ୍ରାମରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବୋଡଗଂରା ଗ୍ରାମର ରୀତା ମହାପାତ୍ର। ସୂଚନାରୁ ଜଣାପଡିଛି ବୋଡଗଂରାପାଟଣା ଗ୍ରାମର ରୀତା ମହାପାତ୍ର ମହାଳୟା ଶ୍ରାଦ୍ଧ ଦେବାକୁ ଘର ଧୋଉଥିଲେ । ଗୋଟିଏ ଟେବୁଲ ଫ୍ୟାନକୁ ଓଦା କପଡାରେ ପୋଛୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ପରିବାର ଲୋକେ ତାଙ୍କୁ ଟାଗିଂ ମେଡ଼ିକାଲ କୁ ନେଇଥିବା ବେଳେ ସେଠାରେ ଡାକ୍ତର ରୀତାଙ୍କୁ  ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published.