Friday , December 9 2022
Breaking News
Home / ତାଜା ଖବର / ପୋଖରୀରେ ଵୁଡି କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ପୋଖରୀରେ ଵୁଡି କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

କଟକ ସଦର, ୨୫/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର ମୃତ ପାଇକାରେ ଥିଵା ଏକ ପୋଖରୀରେ ଵୁଡି ଆଜି (ରବିବାର) ମଧ୍ୟାହ୍ନରେ ଜଣେ କଲେଜ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିବା ଅଭାବନୀୟ ଘଟଣା ଜଣାପଡିଛି। ପ୍ରକାଶ ଯେ ଦାମୋଦରପୁର ଗ୍ରାମର ଓକିଲ ସ୍ୱର୍ଗତ ସନାତନ ମୁଦୁଲିଙ୍କ ସାନ ପୁଅ ଜେକେଵିକେ କଲେଜରେ +୩ ପଢ଼ୁଥିବା ଅମ୍ରିତ୍ ଓରଫ ଅମରେଶ ମୁଦୁଲି ସାଙ୍ଗମାନଙ୍କ ସହ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ଵୁଡି ନିଖୋଜ ହୋଇଯାଇଥିଲେ। ଖଵର ପାଇ ପୋଲିସ୍ ଓ ଦମକଳବାହିନୀ ଖୋଜାଖୋଜି କରିବା ପରେ ଦୀର୍ଘ ୩ ଘଣ୍ଟା ପରେ ନିଖୋଜ ଅମ୍ରିତକୁ ଉଦ୍ଧାର କରି କଟକ ଵଡ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଯୁବକମାନଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ମହାଳୀ, ସରପଞ୍ଚ ରାକେଶ ବେହେରା ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ମେଧାବୀ ଛାତ୍ର ଅମ୍ରିତ(୧୭) ର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published.