Friday , December 9 2022
Breaking News
Home / ତାଜା ଖବର / ପୂର୍ବ ବିବାଦ କୁ ନେଇ ଗୁଳି ଫୁଟିଲା

ପୂର୍ବ ବିବାଦ କୁ ନେଇ ଗୁଳି ଫୁଟିଲା

ଢେଙ୍କାନାଳ ୨୫/୦୯/୨୦୨୨ (ଓଡ଼ିଶା ସମାଚାର)- ପୂର୍ବ ବିବାଦ କୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ ଗୁଳି ଫୁଟିଛି । ତେବେ ଏହା ଫାଙ୍କା ଗୁଳିଚାଳନା ଥିଲା। ୩ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛିନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗଣେଶ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ କେନ୍ଦ୍ର କରି ଆଜି (ରବିବାର ଦିନ) କାଙ୍କଡ଼ପାଳ ଗାଁରେ ୩ ରାଉଣ୍ଡ ଫାଙ୍କା ଗୁଳି ଫୁଟିଛି । ଏହି ଫାଙ୍କା ଗୁଳି ଚାଳନାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ଛାତ  ଉପରେ ଥିବା ବେଳେ ଗୁଳି ଶବ୍ଧ ଶୁଣି ଛାତରୁ ପଡିଯାଇଥିବା ଅନୁମାନ କରାଯାଉଛି । ତାଙ୍କୁ ଗୁରୁତର ଆହତ  ଅବସ୍ଥାରେ ଉଦ୍ଧାର କରାଯାଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.