Saturday , December 3 2022
Breaking News
Home / ବିଶେଷ / ପୂର୍ବତନ ୱାର୍ଡ ସଭାପତି ପୁର୍ଣଚନ୍ଦ୍ର ଭୂୟାଁଙ୍କ ଶୋକସଭା

ପୂର୍ବତନ ୱାର୍ଡ ସଭାପତି ପୁର୍ଣଚନ୍ଦ୍ର ଭୂୟାଁଙ୍କ ଶୋକସଭା

ସେ ଆମ ଗହଣରେ ଥିଲେ ଆଉ ରହିବେ : ଡଃ ବିଶ୍ଵାଳ

କଟକ, ୨୫/୦୯/୨୦୨୨(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ବାଳଙ୍କ ଉଦ୍ୟମରେ ବିଜୁ ଜନତା ଦଳ ୪୧ନଂ ୱାର୍ଡର ପୂର୍ବତନ ୱାର୍ଡ ସଭାପତି ସର୍ଗତଃ ପୁର୍ଣ୍ଣଚନ୍ଦ୍ର ଭୁୟାଁ ସ୍ମୃତି ଉଦ୍ଦେଶ୍ୟରେ ମାଛୁଆ ବଜାର ସ୍ଥିତ ସର୍କିଟ ହାଉସ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ଅତିଥି ବୃନ୍ଦ ସର୍ଗତଃ ଭୁୟାଁଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚରଣ କରିଥିଲେ ।
ସର୍ଗତଃ ଭୁୟାଁ ତୀର୍ଥଯାତ୍ରାରେ ଯାଇଥିବାବେଳେ ଉତ୍ତରାଖଣ୍ଡର ଋଷିକେଶରେ ଭୂସ୍ଖଳନରେ ଗୁରୁତର ଆହତହୋଇ ସେଠାରେ ଏମ୍ସ ମେଡିକାଳରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୨ବର୍ଷ ବୟସରେ ଦେହ ତ୍ୟାଗ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବର୍ଗତ ଭୂୟାଁ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ରାଜନୈତିକ କ୍ଷେତ୍ରରେ ସକ୍ରୀୟଭାବରେ କାର୍ୟ୍ୟ କରୁଥିଲେ । ସେ ଜଣେ ସରଳ, ନିଷ୍କପଟ, ସତ୍ୟବାଦୀ, ପରୋପକାରୀ ମଣିଷଭାବରେ ପରିଚିତ ଅଟନ୍ତି। କେବଳ ଯୋବ୍ରା ଅଂଚଳ ନୁହେଁ ସମଗ୍ର ଚୌଦ୍ବାର-କଟକ ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ସେ ସୁପରିଚିତ ଥିଲେ ତାଙ୍କ ବିୟୋଗରେ ଯେଉଁ ଅପୂରଣୀୟ କ୍ଷତି ଘଟିଛି ତାହା କେବେବି ପୂରଣ କରିହେବ ନାହିଁ । ସେ ଆମ ସମସ୍ତଙ୍କ ନୀକଟରେ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇରହିବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ବାଳ କହିଥିଲେ ।
ଏହି କାର୍ୟ୍ୟକ୍ରମରେ ଡେପୁଟୀ ମେୟର ଦମୟନ୍ତୀ ମାଝୀ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନାୟକ, କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ତାପସ ସାମନ୍ତରାୟ, ପ୍ରଳୟା ବେଉରା, ଇଂ ସୁବ୍ରତ ଘଡାଇ, ମଧୁସ୍ମିତା ବାରିକ, ବିଶ୍ବ ବନ୍ଦିତା ପଣ୍ଡା, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ଝିଲ୍ଲୀ ବିହାରୀ, ନଳିନୀ ବେହାରା, ଜତିନ କୁମାର ବେହରା, ପଦ୍ମିନୀ ସାହୁ, ବିଧାୟକଙ୍କ ପ୍ରତିନିଧ୍- ରମାକାନ୍ତ ଲେଙ୍କା, ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ନଗର କମିଟି ସମ୍ପାଦକ ତାପସ ମହାନ୍ତି, ଉପସଭାପତି ରାଜେନ୍ଦ୍ର ରଣା, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ପବିତ୍ର ଭୂୟାଁ, ଦିପଳିବଲା ଭୂୟାଁ, ଚିରଂଜୟ ସାହୁ, ମୃତ୍ୟୁଞ୍ଜୟ ବେହେରା, ଅଭୟ କୁମାର ଲେଙ୍କା, ଦେବେନ୍ଦ୍ର କାହାଳୀ, ରଞ୍ଜିତା କାହାଳୀ, ରବୀନ୍ଦ୍ର ଶୁକ୍ଳ, ପ୍ରତାପ ଦାସ, ମନୋରଞ୍ଜନ ସାହୁ ଏବଂ ଚୌଦ୍ଵାର କଟକ ବିଜେଡ଼ି ସଂଯୋଜକ ସଞ୍ଜୟ ଜେନାଙ୍କ ସମେତ ଯୁବ, ଛାତ୍ର ନେତୃମଣ୍ଡଳୀ ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published.