Saturday , December 3 2022
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ରେ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର ବ୍ଲକ୍ ରେ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର, ୨୫/୦୯/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଅଧ୍ୟକ୍ଷତା କରିଥିଲେ । ବ୍ଲକ୍ କର୍ମଚାରୀ ସମୁହ ଙ୍କ ପକ୍ଷରୁ ଆୟୋଜିତ ଉତ୍ସବରେ ଅବସର କାଳୀନ ସମ୍ବର୍ଦ୍ଧନା, ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ନବ ନିଯୁକ୍ତ କର୍ମଚାରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏବିଡ଼ିଓ ପ୍ରଶାନ୍ତ କୁମାର ଜେନା ଓ ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉତ୍ସବରେ ବ୍ଲକ୍ ରେ ବିଡ଼ିଓ ଭାବରେ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିବା ଧର୍ମରଂଜନ ପଣ୍ଡା , ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ , ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ମୃଣ୍ମୟ ରାଉତ ଙ୍କୁ କର୍ମଚାରୀମାନେ ବ୍ଲକ୍ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ବ୍ଲକ୍ ରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ପୂର୍ବତନ ଜିପିଇଓ କୈଳାଶ ଚନ୍ଦ୍ର ବେହେରା, ଏଏଫଓ ରବିନ୍ଦ୍ର କୁମାର ସାହୁ , ପିଅନ୍ ନୀରଂଜନ ସାହୁ , ବିଭୂତି ଭୁଷଣ ମହାନ୍ତି ପ୍ରମୁଖ ଙ୍କୁ ବୃତିଗତ ଜୀବନରୁ ଅବସର ନେଇଥିବାରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ଗରଦପୁର ବ୍ଲକ୍ ରୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ପୂର୍ବତନ ବିଡ଼ିଓ ରଂଜିତ କୁମାର ମଲିକ୍ , ଆସିଷ୍ଟାଂଟ ଏକଜିକ୍ୟୁଟିଭ ଇଂଜିନିୟର ପ୍ରଦୀପ୍ତ କୁମାର ଚିନାରା , କ୍ୟାସିଅର ନରୋତମ ପରିଡ଼ା , କନିଷ୍ଠ ଯନ୍ତ୍ରୀ ଶ୍ୱେତପଦ୍ମା ମହାନ୍ତି ପ୍ରମୁଖ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବ୍ଲକ୍ ତରଫରୁ ପୁଷ୍ପଗୁଛ, ଉତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଂଜନ ସିଂହ,କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ସ୍ୱାଇଁ ଙ୍କ ସମେତ ବ୍ଲକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ବ୍ଲକ୍ ଉନ୍ନୟନ ବିଭାଗ କିରାଣୀ ଚୈତନ୍ୟ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.