Saturday , December 3 2022
Breaking News
Home / ବିଶେଷ / ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚିତ

ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚିତ

ଭୁବନେଶ୍ୱର,୨୫/୦୯/୨୦୨୨ (ଓଡ଼ିଶା ସମାଚାର)- ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବର ସଭାପତି , ଦିଲୀପ ରାଉତରାୟ ସାଧାରଣ ସମ୍ପାଦକ ଓ ଅଶୋକ କୁମାର ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ମହେନ୍ଦ୍ର ଗୁପ୍ତା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ବର କ୍ଲବର ସଭାପତି, ସଂପାଦକ ସମେତ ୧୦ ଟି ପଦ ପାଇଁ ଶନିବାର ଦିନ କ୍ଲବ ପରିସରରେ ମତଦାନ ଅନୁଷ୍ଠିତ ହୋଇଥିଲା। କ୍ଲବ୍ରେ ଥିବା ୧୯୩୬ ଭୋଟର୍ ଙ୍କ ମଧ୍ୟରୁ ୧୦୫୩ଜଣ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ମୋଟ୍ ୧୯ ଜଣ ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦୀତା କରୁଥିଲେ । । ସଭାପତି ପଦ ପାଇଁ ଦୁଇ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଓ ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଦିଲୀପ ରାଉତରାୟ ଓ ମାନସ ଦାସ, ଉପସଭାପତି ପଦ ପାଇଁ ବ୍ୟବସାୟୀ ମହେନ୍ଦ୍ର ଗୁପ୍ତା ଓ ତପେଶ୍ ରାୟ, ଯୁଗ୍ମ ସମ୍ପାଦକ ପଦ ପାଇଁ ଅଶୋକ କୁମାର ମିଶ୍ର ଓ ଜ୍ୟୋତିର୍ମୟ ମହାନ୍ତି ଲଢ଼େଇ କରୁଥିଲେ। ୬ଜଣ କମିଟି ମେମ୍ବର ପଦ ପାଇଁ ୧୧ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।ଆଜି ଫଳାଫଳ ଘୋଷଣା ହେବା ପରେ ଆସନ୍ତା ବର୍ଷେ ପର୍ୟ୍ୟନ୍ତ ନିର୍ବାଚିତ ପ୍ରତିନିଧିମାନେ କ୍ଷମତାରେ ରହିବେ।

Leave a Reply

Your email address will not be published.