Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ୩୬ ଜଣ ଶିଶୁ ଙ୍କ ସମେତ ୨୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

୩୬ ଜଣ ଶିଶୁ ଙ୍କ ସମେତ ୨୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୪/୦୯/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୦ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୯୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୩୬ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୧ ଜଣ, ସୁନ୍ଦରଗଡ଼ରୁ ୨୯ ଜଣ, କଟକରୁ ୨୩ ଜଣ, ସମ୍ବଲପୁରରୁ ୧୩ ଜଣ, ପୁରୀରୁ ୧୨ ଜଣ, ବାଲେଶ୍ବରରୁ ୧୧ ଜଣ, କଳାହାଣ୍ଡିରୁ ୮ ଜଣ, ବରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ୬ ଜଣ ଲେଖାଁଏ, ଗଜପତି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଁଏ, କନ୍ଧମାଳରୁ ୪ ଜଣ, ବଲାଙ୍ଗୀର, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଁଏ, ଦେବଗଡ଼, ନୂଆପଡ଼ା ଓ ସୋନପୁର ଜିଲ୍ଲରୁ ୨ ଜଣ ଲେଖାଁଏ, ଭଦ୍ରକ, ଢ଼େଙ୍କାନାଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ ରୁ ୧୧ ଜଣ ଆକ୍ରାନ୍ତ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତ ଙ୍କ ସଂଖ୍ୟା ୧୩୩୨୯୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ଯୋଗେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକ କଟକ ଜିଲାର ଜଣେ ୬୫ବର୍ଷ ବୟସ୍କ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୮୮ ରେ ପହଂଚିଥିବାବେଳେ ୬୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।ସେ ଜଣ୍ଡିସ ରେ ଆକ୍ରାନ୍ତ ଥିଲେ । ଗତ କିଛି ମାସ ଧରି ମୃତ୍ୟୁ ସଂଖ୍ୟା ସ୍ଥିର ରହିଥିବାବେଳେ ଗତ କିଛି ଦିନ ଧରି ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୨୯୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୨୨୨୯୯ ଜଣ ସୁସ୍ଥ ହୋଇଛନ୍ତି । ଆଉ ୧୪୧୭ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୩୫୦୨୧୦୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave a Reply

Your email address will not be published.