Monday , June 5 2023
Breaking News
Home / ବିଶେଷ / ୩ଟି ଦୋକାନ ଉପରେ ଟ୍ରକ ମାଡ଼ିଗଲା :ବ୍ୟାପକ କ୍ଷତି

୩ଟି ଦୋକାନ ଉପରେ ଟ୍ରକ ମାଡ଼ିଗଲା :ବ୍ୟାପକ କ୍ଷତି

ନିଶ୍ଚିନ୍ତକୋଇଲି,୨୪/୦୯/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଶୁକ୍ରବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ମୁଖ୍ୟ ରାସ୍ତା କଡ ରେ ଥିବା ୩ଟି ଦୋକାନ ଉପରେ ଚଢ଼ି ଗଲା ସାର ବୋଝେଇ ଟ୍ରକ । ଦୋକାନ ଗୁଡିକ ଭାଙ୍ଗିଯାଇଥିଲା। ଦୁଇଟି ଟ୍ରକ ଉକ୍ତ ସ୍ଥାନ ରେ ପଶି ରହିଛି । କଟକରୁ ନରେନ୍ଦ୍ରପୁର ଯାଉଥିବା ସାରବୋଝେଇ ଟ୍ରକଟି ନିଶ୍ଚିନ୍ତକୋଇଲି ବଜାରରେ ରାସ୍ତା ପାର୍ଶ୍ୱରେ ରଖି ଖାଇସାରି ରେଷ୍ଟ ନେବାକୁ ଯାଉଥିବାବେଳେ ଏକ ୧୪ଚକିଆ ଟ୍ରକ ପଛପଟରୁ ଧକ୍କା ଦେବାରୁ ସାର ବୋଝେଇ ଟ୍ରକ ଓ ୧୪ ଚକିଆ ଟ୍ରକର ଧକ୍କାରେ ୩ଗୋଟି ଦୋକାନ ଭାଙ୍ଗି ଯାଇଛି। ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାରୁ ଦୋକାନୀମାନେ ଦୋକାନ ବନ୍ଦକରି ଘରକୁ ପଳାଇଯାଇଥିଲେ। ଦୋକାନଗୁଡିକ ଭାଙ୍ଗିଯାଇଥିଲାବେଳେ କୌଣସି ଲୋକଙ୍କର କିଛି କ୍ଷତି ହୋଇନଥିବାର ସୂଚନା ମିଳିଛି। ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଦୁଇଟି ଟ୍ରକକୁ ଜବତକରି ତଦନ୍ତ କରୁଛି।

Leave a Reply

Your email address will not be published.