ସମ୍ବଲପୁର ୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା । ବର୍ତ୍ତମାନ ୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱରେ ୪ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।
ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୨୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫୮ ହଜାର ୩୭୭ କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୨ ଲକ୍ଷ ୨୧ ହଜାର ୯୦୬ କ୍ୟୁସେକ ଜଳ ।