Friday , December 9 2022
Breaking News
Home / ବିଶେଷ / ସିପିଆଇ ଏମଏଲ ପକ୍ଷରୁ ଜିଲ୍ଲାପାଲ ଙ୍କୁ ଦାବି ପତ୍ର ପ୍ରଦାନ

ସିପିଆଇ ଏମଏଲ ପକ୍ଷରୁ ଜିଲ୍ଲାପାଲ ଙ୍କୁ ଦାବି ପତ୍ର ପ୍ରଦାନ

କଳାହାଣ୍ଡି, ୨୪/୦୯/୨୦୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଅନେକ ସମସ୍ୟା ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସିପିଆଇ (ଏମଏଲ) ପାର୍ଟି। ଏଭଳି ଅନେକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ।

ଅଭିଯୋଗ ଅନୁଯାୟୀ ଜିଲ୍ଲାର ଅନେକ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ବେଳେ ଯେଉଁ କିଛି ଅଞ୍ଚଳରେ ଲୋକେ ଯୋଜନା ପାଇଛନ୍ତି ସେଠି ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଟଙ୍କା ମିଳିପାରିନାହିଁ । ଏହା ସହିତ ଆଜି ମଧ୍ୟ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଗମନାଗମନର ବ୍ୟବସ୍ଥା ନଥିବା କାରଣରୁ ଅନେକ ସମୟରେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ୍ ଅଞ୍ଚଳର ଅନେକ  ଖଟିଆରେ  ବୁହା ହେଉଥିବା ରୋଗି ଦୁଃଖିନ ଙ୍କ ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସିପିଆଇ (ଏମଏଲ)ର କଳାହାଣ୍ଡି ସମ୍ପାଦକ କେଶବ ପ୍ରଧାନ ।ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଲାବାସୀ ଙ୍କ ଦାବି ହୋଇ ଆସୁଥିବା ନର୍ଲା ରେଳ ମରାମତି କାରଖାନା ମଧ୍ୟ ଆରମ୍ଭ ହୋଇ ପାରିନାହିଁ । ରେଳ ମରାମତି କାରଖାନା ହେଲେ ଜିଲ୍ଲାର ଅନେକ ଲୋକ ରୋଜଗାର ମଧ୍ୟ ପାଇ ପାରିବେ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ତାହା ମଧ୍ୟ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି ବୋଲି ସିପିଆଇ (ଏମଏଲ) ଅଭିଯୋଗ କରିଛି। ଏନେଇ ଶୁକ୍ରବାର ଜିଲ୍ଲା ସିପିଆଇ (ଏମଏଲ) ପକ୍ଷରୁ ଭବାନୀପାଟଣା କଲେଜ ଛକ ଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.