Saturday , December 3 2022
Breaking News
Home / ବିଶେଷ / ଶିକ୍ଷାନୁଷ୍ଠାନରେ ପାଳନ ହେବ ଆନ୍ତର୍ଜାତିକ ମିଲେଟ୍ ବର୍ଷ

ଶିକ୍ଷାନୁଷ୍ଠାନରେ ପାଳନ ହେବ ଆନ୍ତର୍ଜାତିକ ମିଲେଟ୍ ବର୍ଷ

ଭୁବନେଶ୍ୱର, ୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ମିଲେଟ୍ ମିଶନ୍ ର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍ ମିଶନର କ୍ୟାମ୍ପେନ୍ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ। ଏଥି ପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତେଣୁ ପ୍ରସ୍ତୁତ କ୍ୟାଲେଣ୍ଡର ଅନୁସାରେ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି। କ୍ୟାଲେଣ୍ଡର ସହିତ କାର୍ଯ୍ୟକ୍ରମ ପାଳନ ନେଇ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସି ମାର୍ଗଦର୍ଶିକା ଜାରି କରିଛି।

Leave a Reply

Your email address will not be published.