Thursday , June 1 2023
Breaking News
Home / ବିଶେଷ / ଵିରିଡି ଵ୍ଲକର ପୂର୍ଵତନ ଅଧ୍ୟକ୍ଷ ବରିଷ୍ଠ ଵିଜେଡି ନେତା ମନୋରଞ୍ଜନ ଦାସଙ୍କ ଦେହାନ୍ତ

ଵିରିଡି ଵ୍ଲକର ପୂର୍ଵତନ ଅଧ୍ୟକ୍ଷ ବରିଷ୍ଠ ଵିଜେଡି ନେତା ମନୋରଞ୍ଜନ ଦାସଙ୍କ ଦେହାନ୍ତ

କଟକ ସଦର, ୨୪/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)-କଟକ ସଦରର ବରିଷ୍ଠ ବିଜେଡି ନେତା, ବିରିଡ଼ି ଵ୍ଲକର ପୂର୍ବତନ ଅଧ୍ୟକ୍ଷ,ଅରିଲୋ ପଞ୍ଚାୟତର ପୂର୍ବତନ ସରପଂଚ ଓ ସମିତି ସଭ୍ୟ,ଅରିଲୋ କୃଷକ ସେଵା ସମଵାୟ ସମିତିର ପୂର୍ବତନ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ମନୋରଞ୍ଜନ ଦାସ ଓରଫ ମନୁ ଭାଇ(୭୭) ଙ୍କର କୋଟୁଆଁ ବାସଭବନରେ ପରଲୋକ ଘଟିଛି।ଖଵର ପାଇ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା,କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା,ଯୁଵ ବିଜେଡି ସଭାପତି ହିମାଂଶୁ ଦାସ,ଵିଧାୟକଙ୍କ ଵ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,କଟକ ସଦର ବିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରାଙ୍କ ସମେତ ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ତାଙ୍କ ବାସଭବନକୁ ଯାଇ ଶଵାଧାରରେ ପୁଷ୍ପମାଲ୍ୟ ଦେଵା ସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହିତ ଶଵ ଶୋଭାଯାତ୍ରାରେ ଯାଇ ଅଞ୍ଚଳ ପରିକ୍ରମା କରାଇଥିଲେ।ମନୁ ଭାଇଙ୍କ ମୃତ୍ୟୁରେ କଟକ ସଦର ଓ ବିରିଡ଼ି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଗ୍ରମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ମିଲନ ରଂଜନ ଦାସ ମୁଖାଗ୍ନୀ ଦେଇଥିଲେ।

Leave a Reply

Your email address will not be published.