Sunday , May 28 2023
Breaking News
Home / ବିଶେଷ / ରାଷ୍ଟ୍ରୀୟ କଳା ମଞ୍ଚ ର ନୂଆଖାଇ ଭେଟଘାଟ କାର୍ୟ୍ୟକ୍ରମ

ରାଷ୍ଟ୍ରୀୟ କଳା ମଞ୍ଚ ର ନୂଆଖାଇ ଭେଟଘାଟ କାର୍ୟ୍ୟକ୍ରମ

ଜୁନାଗଡ , ୨୪/୦୯/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ରାଷ୍ଟ୍ରୀୟ କଳା ମଞ୍ଚ ପକ୍ଷ ରୁ ନୂଆଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୁକେଶ କୁମାର ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର,ପୌର ଉପାଧ୍ୟକ୍ଷ ହିମାଦ୍ରି ନାଏକ,ସମ୍ମାନିତ ଅତିଥି ଭାବେ ଏ ବି ଭି ପି ରାଜ୍ୟ ସଂପାଦକ ସୌଭାଗ୍ୟ ମହାନ୍ତି, ରଶ୍ମି ଲତା ପାଢ଼ୀ, ଚିନ୍ମୟ ବେହେରା, ପ୍ରଭାତ ଦାସ, ଅଶୋକ ସିଂହ,ସତ୍ୟ ନାରାୟଣ ମୁଣ୍ଡଛିନା, ଉଦ୍ଧବ ସାହୁ ପ୍ରମୁଖ ଯୋଗ ଦେଇଥିଲେ ଏବଂ ଅବିନାଶ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ ।ଏହି କାର୍ୟ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ମେଧାବୀ ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସମାଜ ର ବିଭିନ୍ନ ବର୍ଗ ର ଵିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଧନା ଦିଆଯାଇଥିଲା ।

Leave a Reply

Your email address will not be published.